www.samajalive.in
Friday, December 12, 2025
16.1 C
Bhubaneswar

ଚୋରି ସୁନାଗହଣା ଜବତ, ଅଭିଯୁକ୍ତ ଗିରଫ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ନାଲକୋ ନଗର କଲୋନୀରେ ପଡ଼ୋଶୀ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାଲକୋ ନଗର କଲୋନୀରେ ରହୁଥିବା ପୁରୀ ଜିଲା ସାକ୍ଷିଗୋପାଳ ଥାନା ଅନ୍ତର୍ଗତ ସତ୍ୟବାଦୀ ଗ୍ରାମର ସ୍ୱରୂପ ଦାଶ। ପୁଲିସ ତା’ଠାରୁ ସୁନା କାନ ରିଙ୍ଗ୍‍, ନେକ୍‌ଲେସ, କାନଫୁଲ, ସୁନାଚେନ୍‌ ହାତମୁଦି ପ୍ରଭୃତି ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଉକ୍ତ କଲୋନୀରେ ରହୁଥିବା ଆଶୁତୋଷ ଠାକୁର ଗତ ୧୩ ତାରିଖ ସନ୍ଧ୍ୟାରେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁଧ୍ୟାନ କରିଥିଲା। ଥାନା ଅଧିକାରୀ ଯୁବରାଜ ସ୍ୱାଇଁ, ଜୋନ୍‌ ଏସିପି ପ୍ରକାଶ ଚନ୍ଦ୍ର ପାଲ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ। ଏହି ଘଟଣାରେ ପୁଲିସ ସ୍ୱରୂପ ଦାଶକୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଶନିବାର ସନ୍ଧ୍ୟାରେ ଶ୍ରୀ ଠାକୁର ବାହାରକୁ ଯାଇଥିଲେ। ପତ୍ନୀ ନିକଟସ୍ଥ ପାର୍କରେ ବୁଲାବୁଲି କରୁଥିବାବେଳେ ଅଭିଯୁକ୍ତ ସ୍ୱରୂପ ଘରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରିକରି ଫେରାର ହୋଇଯାଇଥିଲା। ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଗତ ୬ବର୍ଷ ପୂର୍ବେ ପଟିଆ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ସ୍ୱରୂପ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୀର୍ଘଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ମଧ୍ୟ ମାନସିକ ବିକୃତି ରହିଥିଲା। ସେଇଦିନରୁ ସେ ଅଧିକାଂଶ ଦିନ ବାହାରେ ବୁଲାବୁଲି କରୁଥିଲା ବୋଲି ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories