www.samajalive.in
Monday, December 8, 2025
13.1 C
Bhubaneswar

ଦୋଳି ଓ ମିନାବଜାର ଖୋଲିବାକୁ ମିଳୁ ଅନୁମତି

ଭୁବନେଶ୍ବର: ସରକାର କଟକଣାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାନିଯାତ୍ରା ଆଦିକୁ ଅନୁମତି ଦେଇଛନ୍ତି। ହେଲେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଲୋକାଭିମୁଖୀ ଏବଂ ପ୍ରସାରିତ କରୁଥିବା ଦୋଳି ଓ ମିନାବଜାରକୁ କିପରି ଉପେକ୍ଷା କରୁଛନ୍ତି ବୋଲି ଦୋଳି ଓ ମିନାବଜାର ମହାସଂଘ ଓଡ଼ିଶା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ସରକାର ଦୋଳି ଓ ମିନାବଜାର ଖୋଲିବାକୁ ଅନୁମତି ଦିଅନ୍ତୁ, ନଚେତ ଆମରଣ ଅନଶନ ଜାରି ରହିବ ବୋଲି ମହାସଂଘର ସଭାପତି ଅନନ୍ତ ଚରଣ ସାହୁ କହିଛନ୍ତି।


ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଅନଶନ ଜାରି ରହିଛି। ଅନଶନରେ ବିଭିନ୍ନ ଦଳର ବରିଷ୍ଠ ରାଜନେତା ସାମିଲ ହୋଇ ସଂଘର ଦାବି ପୂରଣରେ ସମର୍ଥନ ଦେଇଛନ୍ତି। ହେଲେ ସରକାର ଦାବି ପୂରଣ ନିମନ୍ତେ କୌଣସି ନିଷ୍ପତ୍ତି ‌େ‌ନଉ ନ ଥିବାରୁ ଅନଶନ ବ୍ୟାପକ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ମହାସଂଘର ସୂଚନା ଅନୁସାରେ ଓଡ଼ିଶାରେ ୩୦ ଦୋଳି ବ୍ୟବସାୟୀ ଏବଂ ୫ହଜାରରୁ ଅଧିକ ମିନାବଜାର ବ୍ୟବସାୟୀ ନିଜର ବ୍ୟବସାୟ ଜାରି ରଖିଛନ୍ତି। ପାଖାପାଖି ୧୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। କରୋନା ଦିନଠାରୁ ଆଜିପର୍ଯ୍ୟନ୍ତ ବ୍ୟବସାୟୀ ହାତ ବାନ୍ଧି ବସିଥିବାରୁ ସେମାନଙ୍କ ପରିବାର କଷ୍ଟରେ କାଳତିପାତ କରୁଛନ୍ତି। ସରକାର ଅନୁମତି ଦେଲେ କୋଭିଡ କଟକଣାର ସହିତ ଦୋଳି ଏବଂ ମିନାବଜାର ବ୍ୟବସାୟ ଚାଲିବ। ଏକ୍ଷେତ୍ରରେ ନିୟୋଜିତ ଲୋକଙ୍କୁ ରୋଜଗାର ମଳିବ। ତେଣୁ ପାତରଅନ୍ତର ନୀତି ଛାଡ଼ି ଆମକୁ ଅନୁମତି ଦିଆଯାଉ ବୋଲି ମହାସଂଘ ଦାବି କରିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories