www.samajalive.in
Monday, December 8, 2025
13.1 C
Bhubaneswar

ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ

ଭୁବନେଶ୍ବର: ଆଜି ଶିମଳିପାଳ ସମେତ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତିି ସମ୍ପର୍ଣ୍ଣ ଭାବେ ଆୟତ୍ତାଧୀନ ଏବଂ ନିୟନ୍ତ୍ରତି ରହିଛି। ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ଆଗକୁ ଗ୍ରୀଷ୍ମ ପ୍ରବାହ ଥିବାରୁ ବନାଗ୍ନିର ଆଶଙ୍କା ଅଧିକ ରହିଛି। କ୍ଷେତ୍ର ଅଧିକାରୀଙ୍କୁ ବନାଗ୍ନିର ପ୍ରସାର ରୋକିବାକୁ ସତର୍କ ରହିବାକୁ ନିର୍ଦେଶ ଜାରି କରାଯାଇଛି। ଜିଲା ପ୍ରଶାସନର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ ସହ ୨୫ଜଣ ସଦସ୍ୟ ନିଆଁ ଲିଭା କାର୍ଯ୍ୟରେ ସକ୍ରିୟ। ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ଓ ସ୍ଥାନୀୟ ସମ୍ପ୍ରଦାୟ ଜନସାଧାରଣଙ୍କର ବିଶେଷ ଓ ସମସ୍ତ ପ୍ରକାର ନିରନ୍ତର ସହାୟତା ଓ ସହଯୋଗ ଯୋଗୁଁ ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ ଏବଂ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିଛି। ତଥାପି, ଆଗାମୀ ଗ୍ରୀଷ୍ମ ପ୍ରବାହ ହେତୁ ଆରମ୍ଭ ହେବାକୁ ଥିବା ତାପମାତ୍ରାରେ ବୃଦ୍ଧି ସହତି ଅଧିକ ବନାଗ୍ନିର ଭୟ ଥିବା ଆଶଙ୍କାକୁ ବିଚାର କରି କ୍ଷେତ୍ର ଅଧକାରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ବନାଗ୍ନିର ପ୍ରସାରକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସତର୍କ ଓ ସଚେତନ ହେବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନ ି ପ୍ରଶମନ କ୍ଷେତ୍ରରେ ନିରନ୍ତର ସହାୟତା ତଥା ଅଗ୍ନି ପ୍ରଶମନ ଏବଂ ପରିଚାଳନାରେ ସ୍ଥାନୀୟ ସମ୍ପ୍ରଦାୟ/ଭିଏସ୍‌ଏସ୍‌ ଇଡିସି ଏବଂ ପିଆର୍‌ଆଇ ଅନୁଷ୍ଠାନଗୁଡିକୁ ଏକୀଭୂତ ସହଯୋଗ ନିମେନ୍ତ, ଜିଲା ପ୍ରଶାସନ ସହତି ନିରନ୍ତର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓ ମାନଙ୍କୁ ପରାମର୍ଶ ଦିଆଯାଇଛି।

- Advertisement -


ପିସିସିଏଫ୍‌ କାର୍ଯାଳୟର ଏଫ୍‌ଆଇଟିଜିସି ସେଲ୍ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪x ୭ ତଦାରଖ କରାଯାଉଛି । ବିଟ୍-ଗାର୍ଡ ଼ ସହ ସମସ୍ତ ସ୍ତରର ବନକ୍ଷେତ୍ର କମଚାରୀଙ୍କୁ ଏଫ୍‌ଏସ୍‌ଆଇ, ଦେହରାଡନ୍‌ରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା(ଫରେଷ୍ଟଫାୟାର୍ ପଏଣ୍ଟ୍)ଗୁଡ଼ିକୁୁ ଅବିଳମ୍ବେ ନିର୍ବାପିତ କରବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ ସେମାନଙ୍କୁ ପ୍ରଦତ୍ତ ପଞ୍ଜୀକୃତ ମୋବାଇଲ୍ ମାଧ୍ୟମରେ ଅପ୍‌ଲୋଡ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି, ଯାହାକି ମୁଖ୍ୟାଳୟ ଦ୍ୱାରା ଅଗ୍ନି ପ୍ରସ୍ତୁତିର ଅନଲାଇନ୍‌ ମନିଟରିଂ ପାଇଁ ସହାୟକ ହେବ। କ୍ଷେତ୍ର ଅଧିକାରୀମାନଙ୍କର ଏ ବାବଦରେ ମଳିଥିବା ପ୍ରତିକ୍ରିୟା ୯୫% ରୁ ଅଧିକ । ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଘଟଣା ପ୍ରାୟତଃ ନାହିଁ।


ରାଜ୍ୟରେ ଅଗ୍ନି ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ ଭାବରେ ଚିହ୍ନଟ ହୋଇଥବା ବନାଗ୍ନି ପ୍ରବଣ ଏବଂ ବନାଗ୍ନି ପ୍ରାବଲ୍ୟ ଅଞ୍ଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିକୁ ପ୍ରଭାବଶାଳୀ ଭାବରେ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଅଛି । ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଓଡିଆର୍‌ଏଏଫ୍‌ ଦଳ ଜଙ୍ଗଲ କମର୍ଚାରୀଙ୍କ ସହତି ଜଙ୍ଗଲରେ ନିଆଁ ଲିଭାଇବାରେ ସକ୍ରିୟ ଅଛନ୍ତି ।
କେନ୍ଦ୍ରରୁ ଆସିଥିବା ଦଳ, ସେମାନଙ୍କର ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦଶର୍ନ କରିଛନ୍ତି ଏବଂ ସୋମବାର ସରକାରଙ୍କ ସହ ଏହି ବିଷୟରେ ଆଲୋଚନା କରିବେ। ରାଜ୍ୟ ସରକାର/ଟାସ୍କ ଫୋର୍ସ କ୍ରମାଗତ ଭାବେ ତଦାରଖ କରିବା ସହ କ୍ଷେତ୍ର ଅଧିକାରୀଙ୍କ ସହିତ ବନାଗ୍ନି ସମୀକ୍ଷା କରୁଛନ୍ତି, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories