www.samajalive.in
Sunday, December 7, 2025
23.1 C
Bhubaneswar

ଭୁବନେଶ୍ବର ଏକ ନମ୍ବର ହାଟ: ୨୬୧ ଦୋକାନ ମାଲିକାନାକୁ ନେଇ ବିବାଦ

ଭୁବନେଶ୍ବର: ରାଜଧାନୀରୁ ପ୍ରମୁଖ ୟୁନିଟ୍‌-୧ ହାଟରେ ଦୋକାନ ମାଲିକାନାକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି। ଦୋକାନ/ପିଣ୍ଡିର ପ୍ରକୃତ ମାଲିକ କିଏ, ବର୍ତ୍ତମାନ ପରିସ୍ଥିତିରେ କିଏ ବ୍ୟବସାୟ କରୁଛି, କେଉଁ କେଉଁ ଦୋକାନର ମାଲିକାନା ପରିବର୍ତ୍ତନ ହୋଇଛି ଏହାକୁ ନେଇ ବ୍ୟବସାୟୀ ଏବଂ ବିଏମ୍‌ସି ମଧ୍ୟ‌େ‌ର ଟଣାଓଟରା ଲାଗି ରହିିଛି। ତେବେ ବିବାଦର ସମାଧାନ ନିମନ୍ତେ ବିଏମ୍‌ସି ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ପୂର୍ବରୁ ୮ଶହରୁ ଅଧିକ ଦୋକାନ/ପିଣ୍ଡିର ମାଲିକାନା ନିୟମିତକରଣ ହୋଇସାରିଥିବାବେଳେ ବାକିଗୁଡ଼ିକର ନିୟମିତକରଣ ପ୍ରକ୍ରିୟା ଚାଲିଛି। ପରବର୍ତ୍ତୀ ପର୍ଯ୍ୟାୟ ଦୋକାନ ମାଲିକାନା ନିୟମିତକରଣ କରିବାକୁ ୧ ମାର୍ଚ୍ଚ, ୨୦୧୯ରେ ବିଏମ୍‌ସି ଦୋକାନୀଙ୍କଠାରୁ ଦରଖାସ୍ତ ଆହ୍ବାନ କରିଥିଲା। ଏହି ପ୍ରକ୍ରିୟାରେ ୫୨୮ଟି ଦରଖାସ୍ତ ବିଏମ୍‌ସିକୁ ମିଳିଛି। ଏଥିରୁ ୨୬୧ଟି ଦରଖାସ୍ତ ଉପରେ ଅଭିଯୋଗ ଆସିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ଏକ ନମ୍ବହ ହାଟରେ ବିଏମ୍‌ସି ତାଲିକାଠାରୁ ଅଧିକ ପିଣ୍ଡି/ଦୋକାନ ରହିଛି। ପ୍ରାୟ ୧୪ଶହରୁ ଊର୍ଦ୍ଧ୍ବ ଛୋଟବଡ଼ ପିଣ୍ଡି/ଦୋକାନ ଥିବା‌େ‌ବଳେ କିଛି ବ୍ୟବସାୟୀ ଅସ୍ଥାୟୀ ଭାବେ ବ୍ୟବସାୟ କରୁଛନ୍ତି। ସ୍ଥାନ ଅଭାବକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ମନୋମାଳିନ୍ୟ ରହୁଛି। ଏହାସହିତ କିଛି ବ୍ୟବସାୟୀ ଏକାଧିକ ସ୍ଥାନରେ ବ୍ୟବସାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

 

- Advertisement -

ହାଟରେ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ବିଏମ୍‌ସି ପଦକ୍ଷେପ ନେବା ସମୟରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଥିପାଇଁ ଦୋକାନ/ପିଣ୍ଡିର କିଏ ପ୍ରକୃତ ମାଲିକ ଏବଂ ବର୍ତ୍ତମାନ କିଏ ବ୍ୟବସାୟ କରୁଛନ୍ତି ଏସବୁ ତଥ୍ୟ ହାସଲ କରି ମାଲିକାନା ନିୟମିତକରଣ କରିବାକୁ ବିଏମ୍‌ସି ପ୍ରୟାସ କରିଛି। ଯେଉଁ ପିଣ୍ଡି/ଦୋକାନର ମାଲିକାନାକୁ ନେଇ କୌଣସି ଅଭିଯୋଗ ନାହିଁ ସେଗୁଡ଼ିକ ନିୟମିତ କରାଯିବ। ଏହାବ୍ୟତୀତ ଅଭିଯୋଗ ଆସିଥିବା ଦରଖାସ୍ତଗୁଡ଼ିକ ମଧ୍ୟ ବିଚାରକୁ ନିଆଯାଇଛି। ଅଭିଯୋଗ ଶୁଣାଣି ନିମନ୍ତେ ଆସନ୍ତା ୧୯ ତାରିଖରୁ ସପ୍ତା​‌େ​‌ହ ପର୍ଯ୍ୟନ୍ତ ଅଭିଯୋଗୁଡ଼ିକର ଶୁଣାଣି ହେବ। ବ୍ୟବସାୟୀ ମୂଳ ଆବଣ୍ଟନପତ୍ର, ଟ୍ରେଡ୍‌ ଲାଇସେନ୍ସ, ଉତ୍ତରାଧିକାର/ ହସ୍ତାନ୍ତର ପ୍ରମାଣପତ୍ର ଆଦି କାଗଜପତ୍ରର ଯାଞ୍ଚ୍‌ ପରେ ଉପଯୁକ୍ତ ହିତାଧିକାରୀଙ୍କ ନାମରେ ଆବଣ୍ଟିତ ଦୋକାନ/ପିଣ୍ଡିର ମାଲିକାନା ନିୟମତିକରଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ସଭାପତି ଗୟାଧର ସ୍ବାଇଁ କହିଛନ୍ତି, ହାଟରେ ପିଣ୍ଡି/ଦୋକାନଗୁଡ଼ିକ ନିୟମିତକରଣ କରିବାକୁ ବିଏମ୍‌ସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁ ଦୋକାନର ମାଲିକଙ୍କ ମୃତ୍ୟୁ ହୋଇଯାଇଛି କିମ୍ବା କେଉଁ ମାଲିକଙ୍କ ଏକାଧିକ ଦାବିଦାର ରହୁଥିବାରୁ ଉକ୍ତ ଦୋକାନ ମାଲିକାନା ନିୟମିତକରଣରେ ସମସ୍ୟା ରହୁଛି। ଅଭିଯୋଗର ଶୁଣାଣି ପରେ ସେଗୁଡ଼ିକର ମଧ୍ୟ ନିୟମିତକରଣ ହେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories