www.samajalive.in
Thursday, December 11, 2025
16.1 C
Bhubaneswar

ଆନ୍ଦୋଳନସ୍ଥଳରେ ଘର କଲେଣି କୃଷକ

ନୂଆଦିଲ୍ଲୀ : ଶତାଧିକ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ବିବାଦୀୟ ଆଇନ ପ୍ରତ୍ୟାହାର ନ ହେବା ଯାଏ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାର ହଟିବା ପାର୍ଯ୍ୟନ୍ତ ଏହାକୁ ଜାରି ରଖିବେ ବୋଲି ଘୋଷଣା କରିବା ପରେ ଆ​‌େ​‌ନ୍ଦାଳନସ୍ଥଳ ନିକଟରେ ପକ୍କା ଘର ନିର୍ମାଣ କରୁଥିବା ଦେଖାଯାଇଛି। ଆନ୍ଦୋଳନରତ ଚାଷୀ ଇଟାରେ ଘର ତିଆରି କରିବା ଆରମ୍ଭ କରିଛନ୍ତି। ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଘରଗୁଡ଼ିକର ଫଟୋ ଏବେ ସାମାଜିକ ଗଣମାଧ୍ୟମ​ରେ ପ୍ରସାରିତ ହୋଇଛି। ହରିୟାଣା ନିକଟ ଟିକ୍ରି ସୀମାରେ ସେମାନେ ନିଜେ ଏହି ଘର ନିର୍ମାଣ କରୁଥିବା ପ୍ରସାରିତ ଭିଡିଓରୁ ଦେଖିବାକୁ ମିଳିଛି। ପ୍ରତ୍ୟେକ ଘର ନିର୍ମାଣ ପାଇଁ ଆନୁମାନିକ ୨୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ ହେଉଛି। ସେଠାରେ କୃଷକମାନେ ପଙ୍ଖା ଲଗାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରୁଛନ୍ତି। କୃଷକଙ୍କ ଏହି ପଦକ୍ଷେପ ଦ୍ବାରା ଆନ୍ଦୋଳନ ଦୁର୍ବଳ ହେଉଛି ଓ ଧାରଣାସ୍ଥଳରେ କୃଷକଙ୍କ ସଂଖ୍ୟା କମୁଛି ବୋଲି ହେଉଥିବା ଚର୍ଚ୍ଚାକୁ ପ୍ରତିହତ କରିଛି। ଗାଜିପୁର, ଟିକ୍ରି ଓ ସିଙ୍ଘୁ ସୀମାରେ କୃଷକଙ୍କ ସଂଖ୍ୟା ୨୦୦ରୁ କମ୍‌ ଥିବା ନେଇ ଗତ ସପ୍ତାହରେ ଚର୍ଚ୍ଚା ହେଉଥିଲା। ବାରମ୍ବାର ଆଲୋଚନା ବିଫଳ ହେବା, ସରକାର ଏଥିପ୍ରତି ଆଉ ମନ ନ ଦେବା ଓ ଜାନୁଆରୀ ୨୬ ହିଂସାକାଣ୍ଡକୁ ନେଇ ଆନ୍ଦୋଳନକାରୀ ହଟୁଥିବା ଚର୍ଚ୍ଚା ହେଉଥିଲା। ଇତିମଧ୍ୟରେ କୃଷକମାନେ ଦୀର୍ଘ ୧୬୯ ଦିନ ପରେ ରେଳଧାରଣା ଅବରୋଧରୁ ଓହରି ଯାଇଛନ୍ତି। ବ୍ୟବସାୟ ଓ ଅନ୍ୟାନ୍ୟ କାରଣରୁ ରେଳ ଚଳାଚଳ ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ। ଆସନ୍ତା ୨୬ରେ ଆନ୍ଦୋଳନକୁ ୪ ମାସ ପୂରଣ ହେଉଥିବାରୁ କୃଷକ ସଂଗଠନଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି। ଅନ୍ୟ ଏକ ଘଟଣାରେ କୃଷକ ନେତା ରାକେଶ ଟିକାୟତ ଶନିବାର ରାଜସ୍ଥାନ​ljର ଆୟୋଜିତ ମହାପଞ୍ଚାୟତରେ ଯୋଗଦେବା ଅବସର​‌େ​‌ର ଜଣେ ପୂର୍ବତନ କଂଗ୍ରେସ ସାଂସଦ ବଦ୍ରିରାମ ଜାଖଣ୍ଡ ତାଙ୍କ ଗଳାରେ ୧ ଲକ୍ଷ ୧୧ ହଜାର ଟଙ୍କାର ମାଳ ପିନ୍ଧାଇଛନ୍ତି। କୃଷକ ଆନ୍ଦୋଳନକୁ ପରିବ୍ୟାପ୍ତ କରିବା ନେଇ ଟିକାୟତ ବିଭିନ୍ନ ସ୍ଥାନକୁ ଯାଇ ମହାପଞ୍ଚାୟତରେ ସାମିଲ ହେଉଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories