www.samajalive.in
Wednesday, December 10, 2025
14.1 C
Bhubaneswar

ସଦର ତହସିଲଦାରଙ୍କ ରୁକ୍ଷ ବ୍ୟବହାରକୁ ସବୁ ମହଲରେ ନିନ୍ଦା : ଉଚ୍ଛେଦ କରିବାକୁ ଯାଇ ହେଲେ ହଟ୍ଟହଟା

ସମ୍ବଲପୁର : ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତ ଶନିବାର ସ୍ଥାନୀୟ ବିନାଖଣ୍ଡି ଅଞ୍ଚଳରେ ରହିଥିବା ଜବରଦଖଲ ଘର ଗୁଡିକୁ ଉଚ୍ଛେଦ କରିବାକୁ ଯାଇ ତୀବ୍ର ପ୍ରତିବାଦ ସହିତ ହଟ୍ଟହଟାର ସମ୍ମୁଖୀ ହୋଇଛନ୍ତି।  ସୂଚନାନୁଯାୟୀ, ଜିଲାପାଳଙ୍କ ବାସଭବନ ପଛରେ ବିନାଖଣ୍ଡି ଅଞ୍ଚଳରେ ସରକାରୀ ଜମି ଉପରେ ମଞ୍ଜୁଲା ଦୀପ ଓ ରଜନୀ ଦୀପଙ୍କ ନିର୍ମିତ ଆଜବେଷ୍ଟସ ଘର ଗୁଡିକୁ ପୂର୍ବାହ୍ନ ସମୟରେ ସଦର ତହସିଲଦାର ସଦଳବଳ ଧରି ଉଚ୍ଛେଦ ସକାଶେ ଯାଇଥିଲେ। ଅଞ୍ଚଳରେ ଅନେକ ଜବର ଦଖଲକାରୀମାନେ କଂକ୍ରିଟ ଘର ନିର୍ମାଣ କରିଥିବା ବେଳେ ଦିନ ମଜୁରିଆ ଭାବରେ ପରିବାର ଭରଣ ପୋଷଣ କରୁଥିବା ମହିଳା ଦ୍ୱୟଙ୍କ ଘରକୁ ଭାଙ୍ଗିବାର ପ୍ରୟାସକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ। ଅଞ୍ଚଳବାସୀ ବିନା ନୋଟିସରେ କ’ଣ ପାଇଁ ଉଚ୍ଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ତହସିଲଦାର ମହୋଦୟ ଏଥିରେ ଉତ୍ତେଜିତ ହୋଇ ଅଞ୍ଚଳବାସୀଙ୍କୁ କଡା କଥା କହିବା ସହିତ ଯାଅ ମୋ ନାମରେ କେଶ କର ବୋଲି କହିଥିଲେ। ଏହି ସମୟରେ ଚାଲିଥିବା ଘଟଣାର ଭିଡିଓ ସୁଟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାରୁ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇ ତହସିଲଦାରଙ୍କୁ ତାଙ୍କର ଗାଡି ମଧ୍ୟରେ ଅଟକ ରଖି ଘେରାଓ କରିଥିଲେ। ଏ ନେଇ ଅନେକ ସମୟ ଧରି ପ୍ରବଳ ଯୁକ୍ତିତର୍କ ହେବା ପରେ ତହସିଲଦାର ଓ ପୁଲିସ ହଟ୍ଟହଟା ହୋଇ ଫେରି ଯାଇଥିଲେ। ଏ ସର୍ମ୍ପକରେ ସମାଜସେବୀ ଅର୍ଣ୍ଣପୂର୍ଣ୍ଣା ବାରିକ କହିଛନ୍ତି ଯେ ସହର ସାରା ବହୁ ମୂଲ୍ୟବାନ ଜମି ଗୁଡିକ ଜବରଦଖଲ ହୋଇ ପଡ଼ି ରହିଥିବା ବେଳେ ସେହି ଜମି ଗୁଡିକରୁ ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନର ସାହାସ ହେଉ ନାହିଁ। କିନ୍ତୁ ଗରିବମାନଙ୍କୁ ବିନା କାରଣ ଓ ନୋଟିସରେ ଉଚ୍ଛେଦ କରିବାର ପ୍ରୟାସ ସର୍ମ୍ପକରେ ପଚରାଯିବାରୁ ତହସିଲଦାରଙ୍କ ବ୍ୟବହାର ଅତ୍ୟନ୍ତ କଦର୍ଯ୍ୟଜନକ ରହିଥିଲା। ଯଦି କୌଣସି ସରକାରୀ ଜମିରେ ଜବରଦଖଲ ଆରମ୍ଭ ହେଉଛି, ସେହି ସମୟରେ ସମୟୋଚିତ ପଦକ୍ଷେପ ତହସିଲଦାର କଣ ପାଇଁ ନେଉ ନାହାନ୍ତି ବୋଲି ଅର୍ଣ୍ଣପୂର୍ଣ୍ଣା ବାରିକ ପ୍ରଶ୍ନ କରିଛନ୍ତି।
ଏ ସର୍ମ୍ପକରେ ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ପଚରାଯିବାରୁ ସେ ରୁକ୍ଷ କଣ୍ଠରେ ମୁଁ ଫୋନରେ କିଛି କହିପାରିବି ନାହିଁ ବୋଲି ଫୋନ କାଟି ଦେଇଥିଲେ। ଉଚ୍ଛେଦ ପାଇଁ ଯାଇଥିବା ବେଳେ ଘଟି ଯାଇଥିବା ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ତହସିଲଦାର ଭଳି ଏକ ମର୍ଯ୍ୟାଦାଜନକ ପଦବୀରେ ରହିଥିବା ବ୍ୟକ୍ତିଙ୍କୁ ରୁକ୍ଷ ବ୍ୟବହାରକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଉଛି। ଘେରାଉ ସମୟରେ ଜିଲା ବିଜେପି ସଭାପତି ଗିରିଶ ପଟେଲ, ରାମମେହେର, ସୌମିତ୍ର ଜତି, ସରୋଜ ଘଢ଼େଇ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ରହିଥିଲେ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories