www.samajalive.in
Wednesday, December 10, 2025
23.1 C
Bhubaneswar

ଶିମିଳିପାଳ ଅଭୟାରଣ୍ୟରେ ନିଆଁ, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳର ଶିମିଳପାଳ ଗସ୍ତ

  • ଜଙ୍ଗଲ ନିଆଁ ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି, ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ
  • ନିଆଁକୁ ଲିଭାଇବା ପାଇଁ ରାଜ୍ୟ ସରକାର କଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି, ଏହାର ଅନୁଧ୍ୟାନ କରାଯିବ
  • ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହିତ ଜଙ୍ଗଲ ବିଭାଗ କତୃପକ୍ଷଙ୍କ ସହ ଆଲୋଚନା କରିବ ପ୍ରତିନିଧି ଦଳ
  • ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁର ପ୍ରକୃତ ଏବଂ ସମସ୍ତ ବାସ୍ତବ ତଥ୍ୟ ଅନୁଧ୍ୟାନ କଲା ପରେ ବିଧାନସଭାରେ ଆଲୋଚନା କରାଯିବ

ଭୁବନେଶ୍ୱର:ରାଜ୍ୟର ଅନେକ ପାହାଡ ଏବଂ ବନାଞ୍ଚଳ ବର୍ତ୍ତମାନ ନିଆଁର ଘେରରେ ରହିଛି। ଜଙ୍ଗଲ ନିଆଁ ଆୟତ୍ତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି, ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ବରିଷ୍ଠ ବିଧାୟକ ତଥା ପ୍ରତିନିଧି ଦଳର ମୁଖ୍ୟ ଜୟନାରାୟଣ ମିଶ୍ର କହିଛନ୍ତି।
ଜଙ୍ଗଲରେ ନିଆଁ ଲିଭାକୁ ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାର ମଧ୍ୟ ଅନୁଧ୍ୟାନ କରାଯିବ। ନିଆଁକୁ ଲିଭାଇବା ପାଇଁ ରାଜ୍ୟ ସରକାର କଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଶିମିଳିପାଳ ଅଂଚଳରେ ବାସ କରୁଥିବା ଆଦିମ ଜନଜାତି (ପିଭିଟିଜି)ର ଖେଡିଆ ଓ ମାଙ୍କଡିଆ ଜନଜାତିଙ୍କ ସମେତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହିତ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବ ଏହି ପ୍ରତିନିଧି ଦଳ ବୋଲି ଶ୍ରୀ ମିଶ୍ର ସୁଚନା ଦେଇ କହିଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁର ପ୍ରକୃତ ଏବଂ ସମସ୍ତ ବାସ୍ତବ ତଥ୍ୟ ଅନୁଧ୍ୟାନ କଲା ପରେ ବିଧାନସଭାରେ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବରିଷ୍ଠ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଷ ରାମ ଖୁଂଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ଡା.ବୁଧନ ମୁର୍ମୁ, ସନାତନ ବିଜୁଳି, ଡ.ମୁକେଶ ମହାଲିଙ୍ଗ, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଉପାଧକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଅଛନ୍ତି। ଏହି ପ୍ରତିନିଧି ଦଳ ଆସନ୍ତା କାଲି ଲୁଲୁଙ୍ଗ, ପିଟାବାଟ, ବରେଇପାଣି, ଗୁଡଗୁଡିଆ ବାଟ ଦେଇ ଯଶୀପୁର ଯିବେ। ଏହା ପରେ ଯଶୀପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories