www.samajalive.in
Friday, December 12, 2025
27.1 C
Bhubaneswar

୬ଟି ସ୍ଥାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରଦର୍ଶନୀ ଉଦ୍‍ଘାଟିତ

https://youtu.be/Zyju8nuHHgY

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଆଜି ଦେଶର ୬ଟି ସ୍ଥାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଛନ୍ତି। ଏହିସବୁ ସ୍ଥାନଗୁଡ଼ିକ ହେଲା ଜାମ୍ମୁ, ଇମ୍ଫାଲ୍‍, ପାଟନା, ଭୁବନେଶ୍ୱର, ପୁନେ ଓ ବେଙ୍ଗାଲୁରୁ। ଦିଲ୍ଲୀଠାରେ ଭର୍ଚୁଆଲ୍‍ ମାଧ୍ୟମରେ ଏହି ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବା ଅବସରରେ ଶ୍ରୀ ଜାବଡେକର କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀମାନଙ୍କର ବିରାଟ ବଳୀଦାନ ଯୋଗୁଁ ଦେଶ ସ୍ୱାଧୀନତା ହାସଲ କରିପାରିଛି।

- Advertisement -


ସେ କହିଛନ୍ତି, ପ୍ରଦର୍ଶନୀ ମାଧ୍ୟମରେ ଲୋକମାନେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଜାଣିପାରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜାଦି କା ଅମୃତ ମହୋତ୍ସବ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସ୍ୱାଧୀନତା ସଂଗ୍ରାମ ବିଷୟରେ ଅବଗତ କରାଇବା। ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ, ବ୍ୟୁରୋ ଅଫ୍‍ ଆଉଟ୍‍ରିଚ୍‍ର ପ୍ରିନ୍ସିପାଲ୍‍ ଡି.ଜି. ସତ୍ୟେନ୍ଦ୍ର ପ୍ରକାଶ, ପି.ଆଇ.ବି.ର ପ୍ରିନ୍ସିପାଲ୍‍ ଡି.ଜି. ଜୟଦୀପ ଭଟ୍‍ନାଗର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଗତକାଲିଠାରୁ ଆରମ୍ଭ ହୋଇଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଲକ୍ଷ୍ୟରେ ରଖି ସ୍ୱାଧୀନତା ସଂପର୍କିତ ବିଭିନ୍ନ ତଥ୍ୟକୁ ପ୍ରଦର୍ଶନୀ ସ୍ଥାନ ଦିଆଯାଇଛି। ୨୦୨୨ ଅଗଷ୍ଟ ୧୫ରେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତର ଉପଲବ୍ଧିକୁ ବିଶ୍ୱବାସୀଙ୍କ ସମ୍ମୁଖରେ ରଖିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଗାମୀ ୨୫ ବର୍ଷ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବ, ତାହାର ସଂକଳ୍ପ ମଧ୍ୟ ଏଥିରେ ପ୍ରତିଫଳିତ ହେଉଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories