www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରମିକ ମୃତ୍ୟୁ ପରେ ମନେପଡିଲା ସୁରକ୍ଷା ; ମହାନଦୀ ସେତୁ କାର୍ଯ୍ୟ ତଦାରଖ କଲେ ବୁର୍ଲ୍ଲା ଭି-ସୁଟ ସେଫ୍ଟି ଇଂଜିନିୟର

ହରଭଙ୍ଗା : ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ୩ଜଣ ଶ୍ରମିକଙ୍କ  ମୃତ୍ୟୁ ପରେ ଏବେ ସେମାନଙ୍କ ସୁରକ୍ଷା କଥା ସମସ୍ତଙ୍କର ମନେପଡିଛି । ଏହି ପରୀପ୍ରେକ୍ଷୀରେ ଶୁକ୍ରବାର ବୁର୍ଲ୍ଲା ଇଂଜିନିୟରିଂ କଲେଜ ଭି-ସୁଟର ହେଚୋର୍ଡୀ ତଥା ସେଫ୍ଟି କନସଲଟାଂଟ ଇଂ ଏସ.କେ ପାତ୍ରଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ ନିର୍ମାଣଧିନ ସେତୁ କାର୍ଯ୍ୟ ତଦାରଖ କରିଥିବା ଜଣାପଡିଛି । ଶ୍ରମିକଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ କାର୍ଯ୍ୟ ସମୟରେ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ନିଆଯାଇନାହିଁ। ସେ ବିଷୟରେ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ। ଏହାସହିତ ଶ୍ରମିକସୁରକ୍ଷା ପାଇଁ ଠିକାସଂସ୍ଥା କରିଥିବା ସତ୍ୟପାଠ ଅନୁସାରେ ଶ୍ରମିକ ସୁରକ୍ଷା ପ୍ରୋଟକଲ ଠିକଭାବେ ଅନୁପାଳନ କରୁଛି କି ନାହିଁ ତାହାର କାଗଜପତ୍ର ମଧ୍ୟ ଯାଂଚ କରିଥିବା ଜଣାପଡିଛି। ହେଲେ ପ୍ରତିବର୍ଷ ସେତୁ କାର୍ଯ୍ୟ ତଦାରଖ ପାଇଁ ସେଫ୍ଟି କନସଲଟାଂଟ  କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ନିୟମ ରହିଛି। ମାତ୍ର ଦେଢ ବର୍ଷ ପରେ ତାଙ୍କର ଅଚାନକ ପରିଦର୍ଶନ ଶ୍ରମିକ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଆଜି ତାଙ୍କର ଏହି ଗସ୍ତ ସମୟରେ ତାଙ୍କ ସହିତ ଟି.ଏଲ.ଏସ.ଏମ.ସି ଏସ, କେ ମହାପାତ୍ର, କ୍ୟୁଏସ ଏସ.ଏମ.ସି ଚନ୍ଦନ ଶର୍ମା,ବୌଦ୍ଧ ପୂର୍ତବିଭାଗ କାର୍ଯ୍ୟନିର୍ବାହୀଯନ୍ତ୍ରୀ ସାନ୍ତନୁ କୁମାର ନାଏକ,ସହକାରୀ ଯନ୍ତ୍ରୀ କଂଟାମାଳ ଏସ,କେ ସାହୁ,ଯନ୍ତ୍ରୀ ଆର.କେ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories