www.samajalive.in
Sunday, December 14, 2025
16.1 C
Bhubaneswar

ଦୁଇ ମା’ଙ୍କ ଦୁଃଖ କାହାଣୀ: ପୁଅ ମାଡ଼ରେ ଜଣେ ମୃତ, ଅନ୍ୟଜଣେ ଥାନାର ଦ୍ୱାରସ୍ତ

ମା’ ଜନ୍ମଦାତ୍ରୀ ଓ ସେ ସବୁ ଦୁଃଖ ସହି ପିଲାକୁ ବଡ କରେ ଏହି ବିଶ୍ୱାସରେ ଯେ ହୁଏତ ସେ ତା ଶେଷ ସମୟରେ ପୁଅର ସହର ପାଇବ। ମା’କୁ ସମ୍ମାନ ଜଣାଇ କେତେ ଗୀତ, କବିତା, ଗଳ୍ପ ଓ ମାତୃ ଦିବସ ପାଳୁଛି ମଣିଷ ହେଲେ ତାହା କିନ୍ତୁ ବଦଳାଇପାରିନି ପରିଚୟ ଓ ପ୍ରକୃତି। ଆଜି ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ମା’ଙ୍କ ପ୍ରତି ଘଟିଛି ହୃଦୟ ବିଦାରକ ଘଟଣା। ଗୋଟିଏ ଘଟଣାରେ ପୁଅର ନିଷ୍ଠୁର ଅତ୍ୟାଚାର ଯୋଗୁ ଜଣେ ମା’ର ଜୀବନ ଯାଇଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଅର ମାଡଗାଳି ସହି ନପାରି ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ମା’।

ପ୍ରଥମ ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କଣ୍ଟାବାଣିଆ ଗାଁରେ। ପୁଅର ନିର୍ଯାତନା ସହି ନପାରି ମା’ ଖାଲି ପାଦରେ ଚାଲି ଚାଲି ଥାନାରେ ପହଂଚିଛନ୍ତି। ନିନି ଭୋଇ ନାମ୍ନୀ ସେହି ମହିଳାଙ୍କୁ ଗତକାଲି ରାତିରେ ପୁଅ ଅରୁଣ ଭୋଇ ପ୍ରବଳ ମାତ୍ରାରେ ମାଡ ମାରିବା ଯୋଗୁ ସେ ରକ୍ତାକ୍ତ ହୋଇପଡିଥିଲେ। ପୁଅର ମାଡଗାଳି ସହି ନ ପାରି ଆଜି ସେ ଖାଲି ପାଦରେ ଚାଲି ଚାଲି ନୀଳଗିରି ଥାନାରେ ପହଂଚିଛନ୍ତି ଓ ନ୍ୟାୟ ଭିକ୍ଷା କରିଛନ୍ତି। ନିନି ଗଣମାଧ୍ୟମକୁ କହିଛନ୍ତି ଯେ ସେ କେବେ ପୁଅକୁ ଚାଉଳ, ଟଙ୍କା, ଚିନି, ଚାହା, ଶାଢ଼ୀ କି ଚୁଡ଼ି ମାଗି ନାହାନ୍ତି ହେଲେ ପୁଅ ତାଙ୍କୁ ଗତ ସନ୍ଧ୍ୟାରେ ଗୋଡେଇ ଗୋଡେଇ ବାଡେଇଛି। ଯେତେ କାକୁତିମିନତି ହେଲେ ବି ପୁଅ ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଦେଇଥିବା ସେ ପୁଲିସ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଛନ୍ତି।

- Advertisement -

ଅନ୍ୟ ଏକ ଘଟଣାରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଗାଢ଼ ହଟିଂ ଅଞ୍ଚଳରେ ନିଜ ଖୁସିରେ ବାଧା ଆସିବାରୁ ପୁଅ ଏବେ ନିଜ ମା’କୁ ଇଟାରେ ଛେଚି ମାରି ଦେଇଛି। ସମ୍ପୃକ୍ତ ଯୁବକ ନାବାଳକ ଥିବାବେଳେ ତା ବାପାକୁ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, କିଶୋର ମୁଣ୍ଡା ନାମକ ଯୁବକ ଗତ ରାତିରେ ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିବା ପରେ କୌଣସି କାରଣରୁ ମା’ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସେ ନିଜ ମା’କୁ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ଯୁବକକୁ ବାନ୍ଧି ଦେଇଥିଲେ ଓ ପୁଲିସକୁ ଖବର ଦେଇଥିଲେ। ଇତି ମଧ୍ୟରେ ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି। ସେହି ଯୁବକ ନାବାଳକ ଥିବାବେଳେ ୨୦୧୨ରେ ନିଜ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories