www.samajalive.in
Friday, December 12, 2025
15.1 C
Bhubaneswar

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି : ଆଜିଠାରୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’

ଗାନ୍ଧୀନଗର :  ଗୁଜରାଟର ସାବରମତୀ ଆଶ୍ରମରୁ  ଶୁକ୍ରବାର ଅର୍ଥାତ ଆଜି ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବାଧୀନତାର ଅମୃତ ମହୋତ୍ସବ’ର ଶୁଭାରମ୍ଭ କରିବେ। ଏହା ୭୫ ସପ୍ତାହ ଧରି ପାଳନ କରାଯିବ। ଏହି ମହୋତ୍ସବର ଦେଶବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଶୀର୍ଷକ ଉପରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ ମିଳିତ ଭାବେ ଦେଶବ୍ୟାପୀ ପ୍ରଦର୍ଶନୀ ଆୟୋଜନ କରାଯିବ।

- Advertisement -

ଆଜି ପୂର୍ବାହ୍ନ ୧୨ଟା ପରେ ଦେଶବ୍ୟାପୀ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ୩୭ଟି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଉଦ୍‍ଘାଟିତ ହେବ। ଏଥିରେ ସ୍ୱାଧୀନତା ସଂଗ୍ରାମ ତଥା ଅସହଯୋଗ ଆନ୍ଦୋଳନ, ଭାରତ ଛାଡ଼ ଅଭିଯାନ, ଦାଣ୍ଡି ଯାତ୍ରା ଘଟଣା ସଂପର୍କିତ ଚିତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତୃବୃନ୍ଦଙ୍କ ତ୍ୟାଗ, ସାହସ ଓ ଜୀବନାଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶିତ ହେବ।

ଆଜି ଉଦ୍‍ଘାଟିତ ହେବାକୁ ଥିବା ୩୭ଟି ମଧ୍ୟରୁ ୭ଟି ପ୍ରଦର୍ଶନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଭର୍ଚୁଆଲ ମାଧ୍ୟମରେ ଉଦ୍‍ଘାଟନ କରିବେ। ସେହି ସ୍ଥାନଗୁଡ଼ିକ ହେଉଛି ଜାମ୍ମୁ କାଶ୍ମୀର ଶାମ୍ବା, ବାଙ୍ଗାଲୋର, ପୁନେ, ମୋରିୟାନ୍‍, ପାଟନା ଓ ଭୁବନେଶ୍ୱର। ଏଥିସହିତ ଆସନ୍ତା ଶନିବାର ଦିନ ନୂଆଦିଲ୍ଲୀସ୍ଥିତ ଜାତୀୟ ଗଣମାଧୟମ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ଜାବଡେକର ଉଦ୍‍ଘାଟନ କରିବେ। ଏହି ଅବସରରେ ଶ୍ରୀ ଜାବଡେକର କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ସରକାର ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଦାଣ୍ଡି ଯାତ୍ରାର ର ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ଅବସରରେ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ପକ୍ଷରୁ ଜାତୀୟ ସ୍ୱାଧୀନତା ସଂଗ୍ରାମର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ପ୍ରମୁଖ ସଂଗ୍ରାମୀଙ୍କ ଜୀବନାଦର୍ଶ ଓ ସଂଗ୍ରାମ ସଂପର୍କିତ ପୁସ୍ତକ ପ୍ରକାଶିତ କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories