www.samajalive.in
Sunday, December 14, 2025
23.1 C
Bhubaneswar

ମହାଶିବରାତ୍ରୀ ଲାଗି ସମସ୍ତ ଶୈବପୀଠ ଚଳଚଞ୍ଚଳ

ଆଠଗଡ : ପବିତ୍ର ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଇଁ ଆଠଗଡର ପୁରପଲ୍ଲୀରେ ଥିବା ଶୈବପୀଠଗୁଡିକ ଚଳଚଞ୍ଚଳ ହୋଇପଡିଛି। ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନତମାମ ଦର୍ଶନ ପାଇଁ ପ୍ରାୟ ସବୁମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆଠଗଡ ସହରର ପୁରାତନ କାଶୀ ବିଶ୍ୱନାଥ ଦେବ ମନ୍ଦିର, ସ୍ୱପ୍ନେଶ୍ୱର, ବୀରକିଶୋରପୁରସ୍ଥିତ ସିଦେ୍ଧଶ୍ୱର ଦେବ, ରାଧାଗୋବିନ୍ଦପୁର ସ୍ଥିତ ରାମେଶ୍ୱର ଦେବ, ବାଣୀକଣ୍ଠନଗରସ୍ଥିତ, ନୀଳକଣ୍ଠେଶ୍ୱର, ଭାଗୀରଥି ସାଗରସ୍ଥିତ ଶ୍ରୀନାଥେଶ୍ୱର ମନ୍ଦିର, କନ୍ତୋଲସ୍ଥିତ ଭୁବନେଶ୍ୱର ଦେବ, ତରଡିଙ୍ଗର କପିଳେଶ୍ୱର ମହାଦେବ, ଗଉଡଝରୀ ମହାଦେବ, ନଡୁଆପଡାସ୍ଥିତ ମହାଦେବ ମନ୍ଦିର ସମେତ ପୁରପଲ୍ଲୀରେ ଥିବେ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳିଥିଲା। ତେବେ ସନ୍ଧ୍ୟାପରଠାରୁ ଏହି ସବୁ ଶିବମନ୍ଦିର ଗୁଡିକରେ ଶହ ଶହ ଉପବାସ ବ୍ରତଧାରୀ ଦୀପ ଜାଳି ବସି ରାତ୍ରି ୧୦ଟା ପରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା ରତ ଥିବା ଦେଖାଯାଇଛି। ଆଠଗଡ ଦେବୋତ୍ତର ପ୍ରଶାସନ ଅଧିନରେ ଥିବା ଧବଳେଶ୍ୱର, ସର୍ପେଶ୍ୱର ଓ ସ୍ୱପ୍ନେଶ୍ୱର ମନ୍ଦିରରେ କୋଭଡି ସଂକ୍ରମଣ ଆଶଙ୍କାରେ ୧୪୪ଧାରା ଜାରି କରାଯାଇଛି। ତେବେ ଆଠଗଡ ସହରର ସ୍ୱପ୍ନେଶ୍ୱର ମନ୍ଦିରରେ ୧୪୪ଧାରା ଜାରି କରି ତାଲା ପକାଯାଇଥିବାବେଳେ ଅନ୍ୟ ଶୈବପୀଠରେ କାହିଁକି ଅନୁରୁପ କଟକଣା ଲାଗୁ କରାଯାଇନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories