www.samajalive.in
Monday, December 8, 2025
24.1 C
Bhubaneswar

୨୮ ଘଣ୍ଟାରେ ୧୯ ମନ୍ଦିର, ଗୋଟିଏ ଦରଗାହ୍‍ ଦର୍ଶନ କଲେ ଦିଦି

ଯେତେବେଳେ ଲୋକଙ୍କ ଉପରୁ ଭରସା ତୁଟିଯାଏ, ସେତେବେଳେ ସମସ୍ତେ ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତି। ଭଗବାନ ତାଙ୍କ କଥା ବୁଝିବେ, ତାଙ୍କ ଡାକ ଶୁଣିବେ, ଏମିତି ଏକ ଭରସା ତାଙ୍କ ମନରେ କ୍ରମଶଃ ଦୃଢୀଭୂତ ହେବାରେ ଲାଗେ। ଏବେ ଠିକ୍‍ ତାହା ହିଁ ଘଟିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ଷେତ୍ରରେ। ଚଳିତ ଥର ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ମମତାଙ୍କ ପାଇଁ ବେଶ୍‍ ଚାଲେଞ୍ଜପୂର୍ଣ୍ଣ ହୋଇଛି। ନିଜ ଦଳର ଏକାଧିକ ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଦ୍ମ ମୋହରେ ପଡିଯାଇଛନ୍ତି। ଶେଷକୁ ମିଥୁନ ଚକ୍ରବର୍ତ୍ତୀି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ବିଜେପିରେ ଯୋଗଦେଇଛନ୍ତି। ଏବେ ସେ ରାଜ୍ୟରେ ବିଜେପିର ଅନ୍ୟତମ ଷ୍ଟାର୍‍ ପ୍ରଚାରକ। ଏମିତି ଏକ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୌଣସିମତେ ନିଜର ଶାସନ ଗାଦି ବଜାୟ ରଖିବାକୁ ସେ ଈଶ୍ୱରଙ୍କ ଣରଣାଗତ ହୋଇଛନ୍ତି। ଖୁବ୍‍ କମ୍‍ ସମୟ ମଧ୍ୟରେ ସେ ଏକାଧିକ ମନ୍ଦିର ଓ ଦରଗାହ୍‍ ଦର୍ଶନ କରିବା ଘଟଣାରୁ ଏକଥା ପ୍ରତିପାଦିତ ହେଉଛି। ଦୁଇଦିନ ପାଇଁ ନିର୍ବାଚନ ପ୍ରଚାରରେ ନନ୍ଦିଗ୍ରାମ ଗସ୍ତକରିବା ସମୟରେ ମମତା ୨୮ଘଣ୍ଟା ମଧ୍ୟରେ ୧୯ଟି ମନ୍ଦିର ଏବଂ ଗୋଟିଏ ଦରଗାହ୍‍ ଦର୍ଶନ କରିଛନ୍ତି।

କେବଳ ଦର୍ଶନ ନୁହେଁ, ସେସବୁ ସ୍ଥାନରେ ସେ ସ୍ୱଳ୍ପ ସମୟ ରହି ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ତେବେ ବିଜେପି ଏହାକୁ ଭିନ୍ନଡଙ୍ଗରେ ଦେଖୁଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଗତ ନିର୍ବାଚନରେ ମମତା ମୁସଲମାନ ଭୋଟରଙ୍କ ଉପରେ ସର୍ବାଧିକ ଭରସା ରଖିଥିଲେ। ଚଳିତ ଥର ହିନ୍ଦୁ ସମୁଦାୟ ତାଙ୍କଠାରୁ ଦୂରେଇବା ଆରମ୍ଭ କରିଥିବାରୁ ମମତା ଏଭଳି ଏକ କୌଶଳ ଆପଣେଇଛନ୍ତି। ଏପରିକି ଚଳିତ ଥର ନିର୍ବାଚନ ପ୍ରଚାରରେ ସେ ଧର୍ମୀୟ ପ୍ରସଙ୍ଗ ଉଲ୍ଲେଖ କରୁନାହାନ୍ତି। ତାହାଛଡା ମମତା ନନ୍ଦିଗ୍ରାମକୁ ତାଙ୍କର ନିର୍ବାଚନମଣ୍ଡଳୀ ଭାବରେ ବାଛିବା ପଛର ମୂଳ କାରଣ ହେଉଛି, ସେଠାରେ ସଂଖ୍ୟାଧିକ ଭୋଟର ମୁସଲମାନ ସଂପ୍ରଦାୟର। ଅବଶ୍ୟ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମମତା ଶିବ, କାଳୀ, କୃଷ୍ଣ, ଦୁର୍ଗାଙ୍କ ଠାରୁ ନେଇ କୌଣସି ମନ୍ଦିର ଛାଡିନାହାନ୍ତି। ଏପରିକି କିଛି ସ୍ଥାନରେ ସେ ଘଣ୍ଟା ବଜାଇବା ସହିତ ଆରତୀ ମଧ୍ୟ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories