www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀଲିଙ୍ଗରାଜଙ୍କ ନୀତି ସାଢ଼େ ୩ଘଣ୍ଟା ବନ୍ଦ

ଭୁବନେଶ୍ବର: ଜାଗର ପୂର୍ବଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିରେ ଚରମ ବିଭ୍ରାଟ ଦେଖାଦେଇଛି। ବ୍ରାହ୍ମଣ ନିଯୋଗ ସେବାୟତ ରୋଷ ହୋମ ନ କରିବାରୁ ଶ୍ରୀଜୀଉଙ୍କ ନୀତି ପ୍ରାୟ ସାଢ଼େ ୩ ଘଣ୍ଟା ବାଧାପ୍ରାପ୍ତ ହୋଇଥିଲା। ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର ଓ ଜିଲାପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ା
ଶ୍ରୀଜୀଉଙ୍କ ପରମ୍ପରା ରକ୍ଷା ସହ ସେବାୟତଙ୍କ ବିଭିନ୍ନ ସମସ୍ୟାର ସମାଧାନ କରା ନ ଗଲେ ତିନି ନିଯୋଗ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ଅସହଯୋଗ କରିବେ ବୋଲି ୨ ଦିନ ତଳେ ପ୍ରଶାସନକୁ ଚେତାବନୀ ଦେଇଥିଲେ। ଏପରିକି ବ୍ରାହ୍ମଣ ନିଯୋଗ ସେବାୟତ ଜାଗର ଯାତ୍ରାର ପୂର୍ବଦିନ ନୀତି ବନ୍ଦ କରି ଅସହଯୋଗ କରିବେ ବୋଲି କହିବା ସତ୍ତ୍ବେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ବୁଧବାର ବ୍ରାହ୍ମଣ ନିଯୋଗ ସକାଳ ସାଢ଼େ ୮ଟାରୁ ଶ୍ରୀଜୀଉଙ୍କ ରୋଷ ହୋମ ନୀତି ବନ୍ଦ କରିଦେବାରୁ ପ୍ରଶାସନ ଅଡୁଆରେ ପଡ଼ିଯାଇଥିଲା। ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ, ଦେବୋତ୍ତର କମିସନର, ଜିଲାପାଳ,
ଅତିରିକ୍ତ ଜିଲାପାଳ, ଉପଜିଲାପାଳ ତଥା ସମସ୍ତ ନିଯୋଗର ସେବାୟତ ସମ୍ପାଦକଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ ବସିଥିଲା। ଏଥିରେ ବ୍ରାହ୍ମଣ ନିଯୋଗର ଅଭିଯୋଗ ଓ ନୀତି ବନ୍ଦ ଉପରେ ଆଲୋଚନା କରାଯାଇଥିଲା। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ଯିବାର ଦ୍ବିତୀୟ ଶନିବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା। ଏହି ଯାତ୍ରା ୨୦୧୫ରୁ ବନ୍ଦ ହୋଇ ପରମ୍ପରା ଭଙ୍ଗ ହୋଇଚାଲିଛି। କପିଳନାଥ ସେବାୟତଙ୍କ ମଧ୍ୟରେ ସେବାପାଳିର ବିବାଦ ସମାଧାନ ହୋଇପାରୁ ନଥିବାରୁ ପରମ୍ପରା ରକ୍ଷା କରାଯାଇ ପାରୁନି।
କପିଳେଶ୍ବର ସେବାୟତଙ୍କ ବିବାଦକୁ ନେଇ ପୂର୍ବରୁ ହାଇକୋର୍ଟ ଦେଇଥିବା ରାୟକୁ ଦେବୋତ୍ତର କମିସନର କାର୍ଯ୍ୟକାରୀ କରିପାରୁନାହାନ୍ତି ବୋଲି ଆଲୋଚନା ବେଳେ ମତପ୍ରକାଶ ପାଇଥିଲା। ଜିଲା ପ୍ରଶାସନ ଓ ଦେବୋତ୍ତର କମିସନରଙ୍କ ସହିତ ସେବାୟତ ନିଯୋଗଙ୍କ ଆଲୋଚନା ପରେ ମଧ୍ୟାହ୍ନ ୧୨ଟା ୨୦ରୁ ନୀତି ସ୍ବାଭାବିକ ହୋଇଥିଲା। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି କହିଛନ୍ତି, ଚଳିତ ବର୍ଷ କୋଭିଡ ମାର୍ଗଦର୍ଶିକା ଅନୁସାରେ ତଥା ସେବାୟତଙ୍କ ପୂର୍ଣ୍ଣ ସହଯୋଗରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ହେବ। ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର କହିଛନ୍ତି, ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକରୀ କରାଯାଇ ଶ୍ରୀଜୀଉଙ୍କ ଏହି ଯାତ୍ରା ପରମ୍ପରା ରକ୍ଷା କରାଯିବା ସହ କପିଳେଶ୍ବର ସେବାୟତଙ୍କ ବିବାଦ ଦୂର ଲାଗି ପଦକ୍ଷେପ ନିଆଯିବ।
ଶ୍ରୀଲିଙ୍ଗରାଜଙ୍କ ନୀତି…

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories