www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ୍‍ ଟିକାକରଣ : ୨କୋଟି ୫୨ ଲକ୍ଷ ୮୯ ହଜାର ୬୯୩ ନେଲେଣି ଟିକା

ନୂଆଦିଲ୍ଳୀ :   ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ୨କୋଟି ୫୨ ଲକ୍ଷ ୮୯ ହଜାର ୬୯୩ ଜଣଙ୍କୁ ଟିକାକରଣ କରାଯାଇଛି। ସାରା ଦେଶରେ ଟିକାକରଣର ଆଜି ୫୪ତମ ଦିନ। କେବଳ ଆଜି ୯ଲକ୍ଷ ୨୨ ହଜାର ୩୯ ଜଣଙ୍କୁ ଟିକା ଦିଆଯାଇଛି।

ଇତି ମଧ୍ୟରେ ୭୧ଲକ୍ଷ ୭୦ହଜାର ୫୧୯ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୩୯ଲକ୍ଷ ୭୭ ହଜାର ୪୦୭ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍‍ଦିଆଯାଇଛି। ସେହିପରି ୭୦ ଲକ୍ଷ ୩୧ହଜାର ୧୪୭ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଏବଂ ୫ଲକ୍ଷ ୮୨ ହଜାର ୪୧୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକାକରଣ କରାଯାଇଛି। ସେହିପରି ବହୁବିଧ ରୋଗରେ ପିଡ଼ିତ ୪୫ବର୍ଷରୁ ଊର୍ଦ୍ଧ୍ବ ୯ଲକ୍ଷ ୨୯ ହଜାର ୩୫୯ ଜଣଙ୍କୁ ଏବଂ ୬୦ବର୍ଷରୁ ଊର୍ଦ୍ଧ୍ବ ୫୫ ଲକ୍ଷ ୯୯ ହଜାର ୧୪୩ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍‍ ଦିଆଯାଇଛି। ଟିକା ନେବା ପରେ କେତେକ
କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସାମଗ୍ରୀକ ଭାବେ ଟିକାକରଣର ପ୍ରଭାବ ସକ୍ରିୟ ଭାବେ ଅନୁଭୂତ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories