www.samajalive.in
Sunday, December 7, 2025
23.1 C
Bhubaneswar

ଖୁସି ଖବର: କମିବ ଫଳ ଓ ପନିପରିବାର ଦର ; ଦେଶରେ ପ୍ରଚୁର ଫଳ ଓ ପନିପରିବା ଉତ୍ପାଦିତ

ପେଟ୍ରୋଲ, ଡିଜେଲ, ଡାଲି, ଖାଇବା ତେଲ ଠାରୁ ନେଇ ବିଭିନ୍ନ ସାମଗ୍ରୀର ଦରବୃଦ୍ଧିରେ ଅଣନିଃଶ୍ୱାସୀ ହୋଇପଡିଥିବା ସାଧାରଣ ଜନତାଙ୍କ ପାଇଁ ଖୁସିଖବର। ଦେଶରେ ୨୦୨୦-୨୧ ବର୍ଷରେ ପ୍ରଚୁର ପରିମାଣରେ କଦଳୀ, ଆଳୁ ଓ ପିଆଜ ଉତ୍ପାଦିତ ହେବାକୁ ଯାଉଛି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ବର୍ଷପାଇଁ କରାଯାଇଥିବା ପ୍ରଥମ ଆଗୁଆ ଆକଳନରୁ ଏହା ଜଣାଯାଇଛି। ଆକଳନ ଅନୁଯାୟୀ ୨୦୧୯-୨୦ ବର୍ଷରେ ଦେଶରେ କଦଳୀ ଉତ୍ପାଦନ ୩୨.୫ ନିୟୁତ ଟନ୍‍ ହୋଇଥିଲା। ୨୦୨୦-୨୧ରେ ତାହା ୩୩.୭୩ ନିୟୁତ ଟନ୍‍କୁ ବୃଦ୍ଧିପାଇବାକୁ ଯାଉଛି। ଏହି ସମୟ ମଧ୍ୟରେ କଦଳୀ ଚାଷ ଅଂଚଳ ମଧ୍ୟ ୮.୯୭,୦୦୦ ହେକ୍ଟରରୁ ୯,୨୦,୦୦୦ ହେକ୍ଟରକୁ ବୃଦ୍ଧିପାଇଛି।
କେବଳ କଦଳୀ ନୁହେଁ, ୨୦୨୦-୨୧ରେ ଆଳୁ ଉତ୍ପାଦନ ମଧ୍ୟ ୫୩.୧୧ ନିୟୁତ ଟନ୍‍କୁ ବୃଦ୍ଧିପାଇବାକୁ ଯାଉଛି, ଯାହା ୨୦୧୯-୨୦ରେ ୪୮.୫୬ ନିୟୁତ ଟନ୍‍ ହୋଇଥିଲା। ପିଆଜର ଅଭାବ ଏବଂ ମାତ୍ରାଧିକ ଦରବୃଦ୍ଧି ଖାଉଟିଙ୍କ ଆଖିରେ ଲୁହ ଭରିଦେଉଥିବାବେଳେ ପିଆଜ ଉତ୍ପାଦନ ୨୦୨୦-୨୧ରେ ୨୬.୨୯ ନିୟୁତ ଟନ୍‍ ହେବା ଆକଳନ କରାଯାଇଛି। ଏସବୁକୁ ମିଶାଇଲେ ୨୦୨୦-୨୧ ବର୍ଷରେ ଦେଶରେ ମୋଟ ପନିପରିବା ଉତ୍ପାଦନ ୧୯୩.୬୧ ନିୟୁତ ଟନ୍‍କୁ ବୃଦ୍ଧିପାଇବାକୁ ଯାଉଛି, ଯାହା ପୂର୍ବବର୍ଷ ୧୮୮.୯୧ ନିୟୁତ ଟନ୍‍ ହୋଇଥିଲା।
ସେହିଭଳି ଫଳ ଉତ୍ପାଦନ ମଧ୍ୟ ଚଳିତ ବର୍ଷ ୧୦୩.୨୩ ନିୟୁତ ଟନ୍‍କୁ ବୃଦ୍ଧିପାଇବା ଆକଳନ କରାଯାଇଛି, ଯାହା ୨୦୧୯-୨୦ରେ ୧୦୨.୦୩ ନିୟୁତ ଟନ୍‍ ହୋଇଥିଲା। ହେଲେ ଚଳିତ ବର୍ଷ ବିଲାତିବାଇଗଣ, ସେଓ, ବିଭିନ୍ନ ମସଲା ଦର ବଢିବା ଆଶଙ୍କା କରାଯାଉଛି। କାରଣ ଏସବୁର ଉତ୍ପାଦନ ହ୍ରାସପାଇବା ଆକଳନ କରାଯାଇଛି। ଗତବର୍ଷ ଦେଶରେ ୨୧.୧୭ ନିୟୁତ ଟନ୍‍ ବିଲାତିବାଇଗଣ ଉତ୍ପାଦିତ ହୋଇଥିବାବେଳେ ଚଳିତ ବର୍ଷ ତାହା ୨୦.୧୪ ନିୟୁତ ଟନ୍‍କୁ ହ୍ରାସପାଇବାକୁ ଯାଉଛି। ବିଲାତିବାଇଗଣ ଚାଷ ଅଂଚଳ ୨୦୧୯-୨୦ରେ ୮,୧୧,୦୦୦ ହେକ୍ଟରରୁ ଚଳିତ ବର୍ଷ ୮,୨୫,୦୦୦ ହେକ୍ଟରକୁ ବୃଦ୍ଧିପାଇଥିଲେ ମଧ୍ୟ ଉତ୍ପାଦନ ହ୍ରାସପାଇବାକୁ ଯାଉଛି। ଅନୁରୂପ ଭାବେ ସେଓ ଉତ୍ପାଦନ ଗତବର୍ଷ ୨.୮ ନିୟୁତ ଟନ୍‍ ହୋଇଥିବାବେଳେ ଚଳିତ ବର୍ଷ ତାହା ୨.୫ ନିୟୁତ ଟନ୍‍କୁ ହ୍ରାସପାଇବ। ଏହି ସମୟରେ ଦେଶରେ ଅଦା, ତେନ୍ତୁଳି ଉତ୍ପାଦନ ହ୍ରାସପାଇ ଯଥାକ୍ରମେ ୧.୮୩୨ ନିୟୁତ ଟନ୍‍ ଏବଂ ୦.୧୪୭ ନିୟୁତ ଟନ୍‍ ହେବା ଆକଳନ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories