www.samajalive.in
Friday, December 12, 2025
16.1 C
Bhubaneswar

ମହାନଦୀ ସେତୁରୁ ପଡି ଶ୍ରମିକ ମୃତ୍ୟୁ ଘଟଣା, ୩ଜଣଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଲା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସି ପଡି ଗତକାଲି ଜାହାଙ୍ଗୀର ହୁସେନ(୨୩)ଙ୍କ ଭଳି ଜଣେ ଅଣଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। କମ ଦିନ ମଧ୍ୟରେ ତିନିଜଣ ଅଣ ଓଡିଆ ଶ୍ରମିକଙ୍କ ମୃତ୍ୟୁ ପରେ ଏବେ ଜିଲ୍ଲାପ୍ରଶାନକୁ ଘାରିଛି ସେମାନଙ୍କ ସୁରକ୍ଷା ଚିନ୍ତା। ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଏସ.ପି ଭି ରଘୁନାଥ ରାଓ ଏବଂ ଜିଲ୍ଲା ଶ୍ରମଅଧିକାରୀ ପ୍ରସନ୍ନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। କେଉଁ କାରଣରୁ ଏଭଳି ଘଟଣା ବାରମ୍ବାର ଘଟିଲା ଏହା ଉପରେ ନିର୍ମାଣକାରୀ ଠିକାସଂସ୍ଥା ରଣଜିତ ବିଲ୍ଡକନଠାରୁ କୈଫତ ତଲବ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ ସ୍ଥାନରେ ଶ୍ରମିକଙ୍କ ସୁରକ୍ଷା ପାଇଁ ନେଟ ଲଗାଯାଇ ନ ଥିବାରୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହିତ ସୁରକ୍ଷା ପାଇଁ ନେଟ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତାକାଲି ସେତୁ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବା ସହିତ ବୀମା ସୁରକ୍ଷା ନଥିବା ନିର୍ମାଣ ଶ୍ରମିକ ଏହି ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ କାରଣରୁ ବାରମ୍ବାର ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ମୃତ୍ୟୁ ଘଟିଛି ତାର ତଦନ୍ତ ଦାୟିତ୍ୱ ବୌଦ୍ଧ ଏସପିଙ୍କୁ ଦେଇଛନ୍ତି।

ସୂଚନା ଥାଉ କି, ଗତ ୪୦ଦିନ ମଧ୍ୟରେ ଧଳପୁର ମହାନଦୀ ସେତୁର ଖସି ପଡି ୩ଜଣ ଶ୍ରମିକଙ୍କ ଅକାରଣେ ମୃତ୍ୟୁ ଘଟିସାରିଛି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories