www.samajalive.in
Monday, December 8, 2025
14.1 C
Bhubaneswar

ନାଲ୍‌କୋ ‘ଆଲୟ ୱେର ରଡ୍ ୟୁନିଟ୍‌ର ଭିତ୍ତିିପ୍ରସ୍ତର ସ୍ଥାପନ 

ଭୁବନେଶ୍ୱର : ବିଦ୍ୟୁତ୍ ସଞ୍ଚାଳନ କ୍ଷେତ୍ରରେ ଆଲୁମିନିୟମର ଚାହିଦା ବୃଦ୍ଧିକୁ ଲକ୍ଷ୍ୟ ରଖି ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲ୍କୋ) ଏହାର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟଠାରେ ଆଲୟ ୱେର ରଡ୍‍ ୟୁନିଟ୍ ନିର୍ମାଣ କରିବାକୁ ଯୋଜନା କରିଛି। ଆଜି ଭୁବନେଶ୍ୱରସ୍ଥିତ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟଠାରେ ନାଲ୍କୋ ସିଏମ୍ଡି ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ କେନ୍ଦ୍ର ଖଣି ସଚିବ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଏହି ପ୍ରସ୍ତାବିତ ଆଲୟ ୱେର ରଡ୍‍ ନିର୍ମାଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ପ୍ରସ୍ତାବିତ ଆଲୟ ୱେର ରଡ୍‍ ୟୁନିଟ୍ ନିର୍ମାଣ କାରଖାନା ନିମନ୍ତେ ୧୩୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାର କ୍ଷମତା ୪୦,୦୦୦ ଟିପିୱାଇ (ଆଲୱେ ଗ୍ରେଡ)/୬୦,୦୦୦ ଟିପିୱାଇ (ଇସି ଗ୍ରେଡ) ରହିବ। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୁକିମ୍ ନାଲ୍‍କୋର ପ୍ରଥମ ତ୍ରୈମାସିକ ଫଳାଫଳରେ କମ୍ପାନୀର ଉତ୍ତମ ପ୍ରଦର୍ଶନ ନିମନ୍ତେ ନାଲ୍କୋକୁ ସାମୂହିକ ଭାବେ ଅଭିନନ୍ଦନ ଜଣାଇଛନ୍ତି। ଅଣ-ଲୌହ କ୍ଷେତ୍ରରେ ନାଲ୍କୋ ହେଉଛି ଭାରତର ଏକ ଗର୍ବ। ସେହିଭଳି ଆଲୁମିନା ପ୍ରସ୍ତୁତ କ୍ଷେତ୍ରରେ ନାଲ୍କୋ ହେଉଛି ବିଶ୍ୱର ସର୍ବନିମ୍ନ ମୂଲ୍ୟ ବିଶିଷ୍ଟ ଉତ୍ପାଦନକାରୀ ସଂସ୍ଥା। ସେ ଆହୁରି ମଧ୍ୟ କହିଥିଲେ ଯେ, ନାଲ୍କୋ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ଅଭିବୃଦ୍ଧି ଏବଂ ମୂଲ୍ୟବୋଧ ତାଙ୍କୁ ବେଶ୍ ପ୍ରଭାବିତ କରିପାରିଛି। ଖଣି ନିଲାମ ଉପରେ ମତ ରଖି ସେ କହିଲେ, ୨୦୧୯ ନିଲାମ ନିମନ୍ତେ ଖଣି ତାଲିକା ପ୍ରସ୍ତୁତ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ପ୍ରଦାନ କରାଯିବ।
କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚାନ୍ଦ କହିଲେ, ପ୍ରସ୍ତାବିତ ଆଲୟ ୱେର ରଡ୍‍ ନିର୍ମାଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ବିଶେଷ କରି ଶକ୍ତି ସଞ୍ଚାଳନ କ୍ଷେତ୍ରକୁ ଅଧିକ ଲାଭ ଦେବ। ସମଗ୍ର ବିଶ୍ୱରେ ମୁଣ୍ଡପିଛା ଆଲୁମିନିୟମ୍ ଉତ୍ପାଦ ବ୍ୟବହାର ୭ କିଗ୍ରା ରହିଥିବାବେଳେ ଚୀନରେ ଏହା ୨୦ କିଗ୍ରା ରହିଛି। ତେବେ ଭାରତରେ ମୁଣ୍ଡପିଛା ଆଲୁମିନିୟମ୍ ଉତ୍ପାଦ ବ୍ୟବହାର ମାତ୍ର ୨.୨ କିଗ୍ରା ରହିଛି। ସାରା ବିଶ୍ୱରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଥିବା ଭାରତ ଆସନ୍ତା ୨ ରୁ ୩ ବର୍ଷର୍ ମଧ୍ୟରେ ଆଲୁମିନିୟମ୍ ଉତ୍ପାଦ ବ୍ୟବହାରରେ ଶୀର୍ଷ ସ୍ଥାନକୁ ଉଠିବ। ସ୍ମାର୍ଟ ସହର, ବୁଲେଟ ଟ୍ରେନ୍, ପ୍ରତି ଘରକୁ ବିଦ୍ୟୁତ୍ ଯୋଗାଣ, ଶକ୍ତି ସମ୍ପନ୍ନ ଅଟୋମୋବାଇଲ୍, ଆଲୁମିନିୟମ ୱାଗନ ନିର୍ମାଣ ଆଦି କ୍ଷେତ୍ରରେ କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଯୋଗୁ ଭାରତରେ ଆଲୁମିନିୟମ ବ୍ୟବହାର ଚାହିଦା ବୃଦ୍ଧି ପାଇବ, ଯାହାକି ବର୍ତ୍ତମାନର ବାର୍ଷିକ ୩.୨ ମିଲିୟନ ଟନ୍ ତୁଳନାରେ ୮ ନିୟୁତ ଟନ୍ରେ ଛୁଇଁବ। କମ୍ପାନୀର ତ୍ରୈମାସ ଫଳାଫଳ ଉପରେ ମତ ରଖି ସେ କହିଲେ, ନାଲ୍କୋ ପୂର୍ବ ବର୍ଷ ଚତୁର୍ଥ ତ୍ରୈମାସରେ ଆୟ କରିଥିବା ୨୫୭ କୋଟି ଟଙ୍କା ତୁଳନାରେ ୧୬୭% ଅଭିବୃଦ୍ଧି ହାସଲ କରି ଚଳିତବର୍ଷ ପ୍ରଥମ ତ୍ରୈମାସରେ ୬୮୭ କୋଟି ଟଙ୍କାର ପ୍ୟାଟ୍ ଆୟ କରିଛି । ପୂର୍ବବର୍ଷର ଏହି ତ୍ରୈମାସ ତୁଳନାରେ ମୂଳ ଲାଭାଂଶରେ ୪୩୩ % ଅଭିବୃଦ୍ଧି ଘଟିଛି ଯାହା ୧୨୯ କୋଟି ଟଙ୍କାରୁ ୬୮୭ କୋଟି ଟଙ୍କାରେ ପହଞ୍ôଚଛି । ସେହିପରି ୨୦୧୮-୧୯ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନରେ ଯଥାକ୍ରମେ ୧୦.୭୪% ଏବଂ ୮.୮୫% ଅଭିବୃଦ୍ଧି ହାସଲ କରିଛି । ଏହି ଅବସରରେ ଶ୍ରୀ ମୁକିମ୍ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିଥିବା ନାଲ୍‍କୋର କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories