www.samajalive.in
Monday, December 15, 2025
26.1 C
Bhubaneswar

ଫେସ୍‍ବୁକ୍‍ରେ ରାଷ୍ଟ୍ରପତିଙ୍କ ମିଥ୍ୟା ଚିଠି: ଜଣେ ଗିରଫ

ନୂଆଦିଲ୍ଲୀ : ନିଜ ଫେସ୍‍ବୁକ୍‍ ଆକାଉଣ୍ଟରେ ରାଷ୍ଟ୍ରପତିଙ୍କଠାରୁ ମିଳିଥିବା ଦର୍ଶାଇ ଏକ ମିଥ୍ୟା ପ୍ରଶଂସା ପତ୍ର ପୋଷ୍ଟ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁରେ ଏକ ପ୍ରବନ୍ଧନ ସ୍କୁଲ ଚଳାଉଥିବା ସମ୍ପୃକ୍ତ ବ୍ୟକ୍ତି ଗତବର୍ଷ ଏହି ପ୍ରଶଂସାପତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଡିଜିଟାଲ ମାର୍କେଟିଂ ସମ୍ବନ୍ଧରେ ସେ ଲେଖିଥିବା ପୁସ୍ତକକୁ ନେଇ ରାଷ୍ଟ୍ରପତି ତାଙ୍କୁ ପ୍ରଶଂସା ପୂର୍ବକ ଏହି ପତ୍ର ପ୍ରଦାନ କରିଥିବା ଦର୍ଶାଇଥିଲେ। ଏନେଇ ତାଙ୍କ ବିରୋଧରେ ସସମୟରେ ଦିଲ୍ଲୀ ସାଇବର ସେଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ପୁଲିସ ଦେଇଥିବା ସୂଚନା ମୁତାବକ ହରିକୃଷ୍ଣ ମାରାମ ନାମକ ୪୦ରୁ ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ବର୍ଷେ ହେବ ଆମେରିକାରେ ରହୁଥିଲେ। ଦିଲ୍ଲୀ ପୁଲିସର ସାଇବର ଅପରାଧ ଶାଖା ତାଙ୍କୁ ବୁଧବାର ଗିରଫ କରିଥିଲା। ଗୁରୁବାର ସ୍ଥାନୀୟ ଏକ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories