www.samajalive.in
Sunday, December 7, 2025
16.1 C
Bhubaneswar

ବସ୍‌ଷ୍ଟାଣ୍ଡରେ ବସି କାନ୍ଦୁଥିଲେ ୨ ଝିଅ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବାଲେଶ୍ବର: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ୨ଜଣ ଝିଅ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ। କନ୍ୟାଶ୍ରମ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଆଜି ସ୍ଥାନୀୟ ଲୋକେ କନ୍ୟାଶ୍ରମରୁ ପଳାଇ ଆସିଥିବା ୨ଜଣ ଝିଅଙ୍କୁ ବାଲେଶ୍ବର ବସ୍‌ଷ୍ଟାଣ୍ଡ୍‌ରୁ ଉଦ୍ଧାର କରିଛନ୍ତି। ସେମାନେ ୨ ଝିଅଙ୍କୁ ଉଦ୍ଧାର ପରେ ସହଦେବ ଖୁଣ୍ଟା ପୁଲିସ ଜିମା ଦେଇଛନ୍ତି।

ଉଦ୍ଧାର ୨ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ଓ ଆଉ ଜେଣ ସାବାଳିକା ବୋଲି ଜଣାପଡ଼ିଛି। ଦୁହେଁ ବସଷ୍ଟାଣ୍ଡ ପାଖରେ ବସି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଉଭୟ ଝିଅଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ସହଦେବଖୁଣ୍ଟା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି।

- Advertisement -


କନ୍ୟାଶ୍ରମରୁ ପଳାଇ ଯାଇଥିବା ୨ ଝିଅ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୋର କସ୍ତୁରବା କନ୍ୟାଶ୍ରମ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଉକ୍ତ କନ୍ୟାଶ୍ରମରେ ବହୁତ ନିର୍ଯାତନା ଦିଆଯିବା ସହ ସେଠାରେ ଭଲଭାବେ ଖାଇବାକୁ ଦିଆଯାଉ ନାହିଁ। ବିନା କାରଣରେ ମାଡ଼ ମରାଯାଉଛି। ନିର୍ଯାତନା ଅଭିଯୋଗ ମାଡ଼ କର୍ତ୍ତୃପକ୍ଷ ମାଡ଼ ମାରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ କସ୍ତୁରବା କନ୍ୟାଶ୍ରମରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିବା ପାଇଁ ଜିଲାପାଳଙ୍କ ନିକଟକୁ ଯାଉଥିଲେ ବୋଲି କହିଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories