www.samajalive.in
Monday, December 8, 2025
14.1 C
Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ ; ଦିନ ଦ୍ୱିପ୍ରହରେ ଯୁବକଙ୍କୁ ହାଣି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଶନିବାର ମଧ୍ୟାହ୍ନ ସମୟରେ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଦେଖାଯାଇଛି। ଭୁବନେଶ୍ୱରସ୍ଥିତ ସିଆରପି ଛକରେ ଏକାମ୍ର ପାର୍କ ନିକଟରେ ଦ୍ୱିପ୍ରହରରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣଙ୍କ ପିକଅପ ଭ୍ୟାନ ଚାଳକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ନେବାପରେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି ବୋଲି ସୂଚନା ମିଳିଛି।
ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, କିଛି ଦୁର୍ବୃତ୍ତ ଉକ୍ତ ଯୁବକ ଜଣଙ୍କ ପିକଅପ ଭ୍ୟାନରେ ଥିବା ବେଳେ ସେମାନେ ମଧ୍ୟ ଉକ୍ତ ଭ୍ୟାନରେ ଥାଇ ତାଙ୍କ ବେକକୁ ଭୁଜାଲି ଓ ପାର୍ସାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାରୁ ଏଭଳି ହୋଇଛି ବୋଲି ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories