www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁରରେ ବିଜୁ ଜୟନ୍ତୀ ପାଳିତ

ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା ମଣ୍ଡଳି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଵାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମ୍ବଲପୁର ରେମେଡ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ସମ୍ବଲପୁର ବିଜେଡି ବିଧାନସଭା ମଣ୍ଡଳିର ସବୁ ସଭ୍ୟମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହ ବିକଶିତ ଓଡ଼ିଶା ଗଠନରେ ସ୍ୱର୍ଗତ ବିଜୁ ବାବୁଙ୍କ ମହାନ ଅବଦାନର ସ୍ମୃତିଚାରଣ କରିବା ସହ ବିଜୁ ବାବୁଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ କରିବା ପାଇଁ ଦାବି କରିଥିଲେ।

ବିଜୁ ଜୟନ୍ତୀରେ ବିଜେଡି କାର୍ଯ୍ୟକର୍ତ୍ତାମାନେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀ, ଧନକଉଡା ବାଳିକାଶ୍ରମ, ଆଶ୍ରୟ, ବୀର ସୁରେନ୍ଦ୍ର ସାଏ ମାନସିକ ଅନଗ୍ରସର ବିଦ୍ୟାଳୟଠାରେ ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜିଲା ସଭାପତି ସିଦ୍ଧାର୍ଥ ଦାସ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଡକ୍ଟର ପ୍ରମୋଦ ରଥ, ସମ୍ବଲପୁର ବିଜେଡି ମହାନଗର ସଭାପତି ପ୍ରଫୁଲ୍ଲ ଦାଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ହିରାଲାଲ ବେହେରା, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଜେଡି ନେତା ବସନ୍ତ ମିଶ୍ର, ସୁବାସ ଜେନା, ଆନନ୍ଦ ବଡଗିଆଙ୍କ ସମେତ ବହୁ ବିଜୁ ପ୍ରେମୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories