www.samajalive.in
Thursday, December 11, 2025
13.1 C
Bhubaneswar

ହରଭଙ୍ଗାରେ ଶିଶୁ ସୁରକ୍ଷା ସମାଧାନ ଶିବିର : ଅସହାୟ ଶିଶୁଙ୍କୁ ଥଇଥାନ କରିବା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଆନୁକୂଲ୍ୟରେ ଗୁରୁବାର ଏକ ଶିଶୁ ସୁରକ୍ଷା ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ମାତୃ ପିତୃହୀନ ୫୫ଜଣ ଅସହାୟ ଶିଶୁମାନଙ୍କୁ କିପରି ଥଇଥାନ କରାଯିବ ତାହା ଏହି ଶିବିର ଆୟୋଜନର ମୂଳ ଲକ୍ଷ୍ୟଥିଲା। ବିଶେଷକରି ସେମାନଙ୍କୁ ସରକାରଙ୍କ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ତାଙ୍କୁ ଥଇଥାନ କରାଯିବା ସହିତ ସେମାନଙ୍କ ମାନସିକ, ଶିକ୍ଷାଗତ ଏବଂ ସାମାଜିକ ବିକାଶ ପ୍ରତି ଗୁରୁତ୍ୱାରୋପ କରାଯିବା ନେଇ ସରକାରଙ୍କ ପକ୍ଷରୁ ଏଭଳି ମହତ୍‍ କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ଶିବିରକୁ ବ୍ଲକର ବିଭିନ୍ନ ପ୍ରାନ୍ତରୁ ୩୬ଜଣ ଅସହାୟ ଶିଶୁ ନିଜ ସଂର୍ପକୀୟଙ୍କ ସହିତ ପହଞ୍ଚିଥିଲେ। ସେମାନେ ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ତାଙ୍କ ବ୍ୟକ୍ତିଗତ,ପାରିବାରିକ ଓ ଅନ୍ୟାନ୍ୟ ସମସ୍ୟାକୁ କମିଟି ଦ୍ୱାରା ଆକଳନ କରାଯାଇ ଶିଶୁମାନଙ୍କୁ ସରକାରଙ୍କ ସମ୍ମନ୍ୱିତ ଶିଶୁ ସୁରକ୍ଷା ଯୋଜନା ଅର୍ନ୍ତଗତ ସୁବିଧା ଗୁଡିକରେ କିପରି ସାମିଲ କରାଯାଇ ପାରିବ ସେ ବିଷୟରେ ସେମାନଙ୍କ ସର୍ମ୍ପକୀୟ ମାନଙ୍କ ସହ ଆଲୋଚନା କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ଶିଶୁ ଓ ସେମାନଙ୍କ ପରିବାରକୁ କିପରି ସାମାଜିକ ସୁରକ୍ଷା ଯୋଜନାଗୁଡିକରେ ଅର୍ନ୍ତଭୂକ୍ତ କରାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଜି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ.ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,ବରିଷ୍ଠ କାର୍ଯ୍ୟକ୍ରମ ସଂଯୋଜକ ଘାସିରାମ ପଣ୍ଡା, ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ଶିଶୁ ମଙ୍ଗଳ ସମିତି ସଦସ୍ୟ ସୀତାକାନ୍ତ ସାହୁ, ପ୍ରଣୟନୀ ଲେଙ୍କା, ରାଧାକାନ୍ତ ବାଘ, ସମରସେନ ସିଂହ,ସହଦେବ ନାଏକ, ସୁଶାନ୍ତ ଭୋଇ, ଧନଞୟ ଖମାରୀ, ଜି.ପି.ଓ ବିରଞ୍ଚି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories