www.samajalive.in
Thursday, December 11, 2025
14.1 C
Bhubaneswar

୨୦୨୩ ଆନ୍ତର୍ଜାତିକ ବାଜରା ବର୍ଷ : ମିଳିତ ଜାତିସଂଘ

ୱାଶିଂଟନ :  ୨୦୨୩କୁ ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ କରାଯିବ। ମିଳିତ ଜାତିସଂଘ ସାଧାରଣ ପରିଷଦରେ ଏନେଇ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବାଜରା ଶରୀର ପ୍ରତି ସ୍ୱାସ୍ଥ୍ୟକର ହୋଇଥିବା ଦୃଷ୍ଟିରୁ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ୨୦୨୩ ମସିହାକୁ ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ କରାଯିବାକୁ ଜାତିସଂଘ
ସାଧାରଣ ପରିଷଦରେ ନିଷ୍ପତ୍ତି ନିଆଯାଇଛି।

ଏଥିପାଇଁ ଭାରତ, ବାଂଲାଦେଶ, କେନିଆ, ନେପାଳ, ନାଇଜେରିଆ, ରୁଷ ଓ ସେନେଗଲ୍‍ ସମେତ ୭୦ରୁ ଅଧିକ ଦେଶ ଏକ ପ୍ରସ୍ତାବ ଆଗତ କରିଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଟି.ଏସ୍‍. ତିରୁମୂର୍ତ୍ତି କହିଛନ୍ତି ୨୦୨୩ ମସିହାକୁ ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ କରାଯିବା ଦ୍ୱାରା ଏହି ଶସ୍ୟର ସ୍ୱାସ୍ଥ୍ୟ ପ୍ରତି ଉପକାରିତା ବିଷୟରେ
ବିଶ୍ୱବାସୀ ସଚେତନ ହେବେ। ଏହା ମଧ୍ୟ ବାଜରା ତଥା ସେହିଭଳି ଲଘୁଦାନା ଶସ୍ୟର ଉତ୍ପାଦନକୁ ଉତ୍ସାହିତ କରିବ।

- Advertisement -

କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

୨୦୨୩କୁ ଆନ୍ତର୍ଜାତିକ ବଜରା ବର୍ଷ ଭାବେ ପାଳନ କରାଯିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଗୃହୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ବିଶ୍ୱର ଦେଶଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି। ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି ଏହି ଅଭିଯାନର ନେତୃତ୍ୱ ଭାରତ ନେଇଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେକରୁଛି। ସେ କହିଛନ୍ତି ବାଜରା ଏକ ପୁଷ୍ଟିକର ଖାଦ୍ୟ ଓ ଏହା କୃଷକମାନଙ୍କର ଖାଦ୍ୟସୁରକ୍ଷାକୁ ନିଶ୍ଚିତ କରିବ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories