www.samajalive.in
Monday, December 8, 2025
13.1 C
Bhubaneswar

ଉପକାରରେ ନାହିଁ ମୋ ଉପକାରୀ ବଗିଚା, ବିନା ବଗିଚାରେ ସହାୟତା ରାଶି ହଡପ

ଗଡ଼ମଧୁପୁର: ପନିପରିବାର ବଜାର ଦର ଆକାଶ ଛୁଆଁ ହେବା ପରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରି ସରକାର ଏକ ବହୁ ଉପାଦେୟ ଯୋଜନା ପ୍ରସ୍ତୁତ କଲେ, ଯାହାର ନାଁ ରଖିଲେ ମୋ ଉପକାରୀ ବଗିଚା। ଯୋଜନାର ଲକ୍ଷ୍ୟ ଲୋକମାନେ ସମସ୍ତେ ସରକାରୀ ପ୍ରୋତ୍ସାହନରେ ନିଜ ବାଡିରେ ଏକ ପନିପରିବା ବଗିଚା ସୃଷ୍ଟି କରିବେ। ସେଥିରୁ ଉତ୍ପାଦିତ ଫସଲ ନିଜେ ଖାଇବା ସହିତ ବଳକା ବିକ୍ରୀ କରି ଦି ପଇସା ରୋଜଗାର କରିପାରିବେ। ଅନେକ ଯୋଜନା ପରି ସରକାରଙ୍କର ଏହି ଯୋଜନାକୁ ମଧ୍ୟ ଧର୍ମଶାଳାରେ ପ୍ରତ୍ୟେକ ପଂଚାୟତରେ ଚଞ୍ଚକତା କରି ଟଙ୍କା ହଡପ କରାଯାଇଛି। ଫଳରେ ଉପକାରରେ ଲାଗିଲା ନାହିଁ ମୋ ଉପକାରୀ ବଗିଚା।

ଉପକାରୀ ବଗିଚା ପାଇଁ ସହାୟତା ରାଶି ସରକାରୀ ଭାବରେ ୧୨ ହଜାର ଟଙ୍କା ଯୋଗଇ ଦିଆଯାଉଛି ଏବଂ ଏହି ୧୨ ହଜାର ଟଙ୍କାକୁ ହଡପ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ବଗିଚାର ଭ୍ରମ ସୃଷ୍ଟିକରି ସଲାସୁତରାରେ ଟଙ୍କାକୁ ଉଠାଇ ନେଲା ପରେ ବଗିଚା ପଡିଆରେ ପରିଣତ ହୋଇଯାଇଛି। କ୍ଷେତ୍ର ପ୍ରସ୍ତୁତ ପରେ ଗଛ କିଣି ଲଗାଇ ଦେଇ ଫଟୋ ଉଠାଇ ଛାଡିଦେଲା ପରେ ବଗିଚା କଥା ପଚାରେ କିଏ, ଟଙ୍କା ପାଇ ସମସ୍ତେ ଖୁସ୍‌। ୯୦ପ୍ରତିଶତ ବଗିଚାର ଟଙ୍କା ଏହିପରି ଉଠା ଯାଇଥିବା ଏବେ ଜଳ ଜଳ ହୋଇ ଦିଶୁଛି। ନା ଏହାର ତଦାରଖ ଅଛି ନା ତଦନ୍ତ। ଟଙ୍କା ଉଠାଇ ଖାଇ ସାରିଥିଲେ ମଧ୍ୟ ବଗିଚା ଏବେ ଉପକାରରେ ନା ଟଙ୍କା ଉପକାରରେ ଲାଗିଛି ତାକୁ ନେଇ ଏବେ ଆଲୋଚନା ଜୋର ଧରିଛି। ଅନେକ ପଂଚାୟତରେ ଗୋଟିଏ ବଗିଚାକୁ ଦେଖାଇ ଏକାଧିକ ଲୋକ ଏହି ସହାୟତା ହାତେଇଥିବା ମଧ୍ୟ ସୁଣିବାକୁ ମିଳେ। ଏକର ଏକର ଫସଲ କରି ଚାଷି ଉପରକୁ ଅନାଇ ବସିଥିବା ବେଳେ ଏହି ଅଣଚାଷି ମାନେ ସରକାରଙ୍କୁ ଭକୁଆ ବନେଇ ଟଙ୍କା ଉଠାଇ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଫସଲ ପନିପରିବା କରିଥିବା ଲୋକେ ଏହି ସହାୟତା ପାଇଁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ଏହି ଦାୟୀତ୍ୱରେ ଥିବା ଅଧିକାରୀମାନେ ସେମାନଙ୍କୁ ଅଣ ଦେଖା କରିଥିବା ଅଭିଯୋଗ ହୋଇଛି। ଫଳରେ ସେମାନେ ଆଗକୁ ଆଉ ଫସଲ ପରିବା କରିବେ ନାହିଁ ବୋଲି କହିୁଛନ୍ତି। ବୃନ୍ଦାଦଦେଇପୁର ପଂଚାୟତର ଶାସନ ସାହିର ସ୍ନେହଲତା ଶତପଥି ନିଜ ବାଡିରେ ବଗିଚାକରି ଫସଲ ଅମଳ କଲାପରେ ମଧ୍ୟ ତାଙ୍କୁ ଅଂଶିକ କିଛି ଟଙ୍କା ଦିଆଯାଇଛି। ଯାହାକି ତାଙ୍କ ବାଡବନ୍ଦିକୁ ସଟ ବୋଲି କହିଛନ୍ତି। ଏଥିରେ ପଂଚାୟତର ସରପଞ୍ଚ, ଏମବିକେ ଓ ସିଆରପି ମାନେ ସମାନ ଭାବରେ ସହାୟତା କରିଥିବା ଜାଣିବାକୁ ମିଳିଛି। ଜଣେ ଲେ ଆଉଟ ଦେବାକୁ ଥିବା ବେଳେ ଜଣେ ଫାଇଲ ପ୍ରସ୍ତୁତ କରିବେ। ସେଷରେ ସରପଞ୍ଚ କାଉଣ୍ଟର ସାଇନ କରି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ। ଏହାକୁ କିପରି ସହଜ ଭାବରେ ଲୁଟାଯାଇ ପାରିବ ତାର ବ୍ଲୁ ପ୍ରିଣ୍ଟ ଏମାନେ ହିତାଧିକାରୀଙ୍କୁ ଦେଇ ବେସ ସହାୟତା କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହନ୍ତି। ତ୍ରୀସ୍ତରିୟ ତଦାରଖ ବ୍ୟବସ୍ତା ରହିଥିବା ସ୍ଥଳେ ଧର୍ମଶାଳା ବ୍ଲକର ଉଣା ଅଧିକେ ସମସ୍ତ ପଂଚାୟତରେ ମୋ ଉପକାରୀ ବଗିଚାର ଏହି ଅବସ୍ଥା ହୋଇଥିବାରୁ ଏହାର ଏକ ଉଚ୍ଚସ୍ଥରୀୟ ତଦନ୍ତ ନିମନ୍ତେ ଯାଜପୁର ଜିଲା କୃଷକ ମୋର୍ଚ୍ଚାର ସଭାପତି ଚୈତନ୍ୟ ସାମଲ ଦାବି କରିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories