କୋଭିଡ ଟିକାକରଣ : ଟିକା ନେଲେଣି ୧ କୋଟି ୬୬ ଲକ୍ଷ ୧୬ ହଜାର ୪୮
ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ଟିକା ନେବା ପାଇଁ ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟ ସେବା କର୍ମଚାରୀ ଏବଂ ଆଗ ଧାଡିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଗୁରୁବାର ଟିକାକରଣର ୪୮ ତମ ଦିନ । ତେବେ ଆଜି ସକାଳ ୭ଟା ସୁଦ୍ଧା ଭାରତରେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୧ କୋଟି ୬୬ ଲକ୍ଷ ୧୬ ହଜାର ୪୮ରେ ପହଞ୍ଚିଛି ।
ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି, ୩,୨୩,୦୬୪ ସେସନରେ ୧,୬୬,୧୬,୦୪୮ ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୭,୯୦,୮୦୮, ଦ୍ୱିତୀୟ ଡୋଜ୍ ୨୮,୭୨,୭୨୫ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୫୮,୦୩,୮୫୬ ଏବଂ ଦ୍ୱିତୀୟ ଡୋଜ୍ ୪,୨୦୨ ରହିଛି ।
ସେହିପରି ୧,୪୩,୭୫୯ ଏକାଧିକ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ନାଗରିକ ଏବଂ ୧୦,୦୦,୬୯୮ଜଣ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକାଦାନ କରାଯାଇଛି।
ଜାନୁୟାରୀ ୧୬ ତାରିଖରୁ ଦେଶ ବ୍ୟାପୀ କୋଭିଡ-୧୯ ଟିକାକରଣର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଗତ ମାସ ୧୩ ତାରିଖରୁ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ଅନ୍ୟପକ୍ଷରେ ଗତ ୧ ତାରିଖଠାରୁ ଦ୍ବିତୀୟ ପର୍ଯ୍ୟାୟରେ ଏକାଧିକ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ନାଗରିକ ଏବଂ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକାଦାନ କରାଯାଉଛି।
Comments are closed.