www.samajalive.in
Friday, December 12, 2025
16.1 C
Bhubaneswar

ସରକାରଙ୍କୁ ମାନିଲେନି ଘରୋଇ ସ୍କୁଲ, ଦେବେ ଫି’ ଆଦାୟ ତଥ୍ୟ

ଭୁବନେଶ୍ବର: କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ଥିବାରୁ ଫି’ ଛାଡ଼କୁ ନେଇ ଦୀର୍ଘ ଦିନ ଧରି ବିବାଦ ଦେଖା ଦେଇଥିଲା। ସ୍କୁଲ ଫି’ ହ୍ରାସ୍‌ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ତେବେ ସରକାରଙ୍କ ଏହି ନିୟମକୁ କିଛି ଘରୋଇ ସ୍କୁଲ ପାଳନ କରୁ ନଥିବା ଅଭିଯୋଗ ହୋଇଛି। ସବୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଫି’ ଛାଡ଼ କରୁ ନଥିବା ଶିକ୍ଷାନୁଷ୍ଠାନ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ବିଭାଗ ପକ୍ଷରୁ ନିର୍ଦେଶ ପାଇବା ପରେ ରାଜ୍ୟର ବହୁ ଜିଲାରେ ଡିଇଓ ଫି’ ଛାଡ଼ ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି। ପୂର୍ବରୁ କେତେ ଟଙ୍କା ଫି’ ଆଦାୟ କରାଯାଉଥିଲା ଓ ଏବେ କେତେ ଟଙ୍କା ରହିଛି ସେନେଇ ତଥ୍ୟ ମଗାଯାଇଛି। ଖୋର୍ଦ୍ଧା ସମେତ ବିଭିନ୍ନ ଜିଲାରେ ରିପୋର୍ଟ ମଗାଯାଇଥିବା ଜଣାପଡ଼ିଛି।

ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ ପରେ ଭୁବନେଶ୍ୱର ବିଇଓଙ୍କ ଅଧ୍ୟକ୍ଷତାରେ ନିୟମ ପାଳନ କରୁ ନଥିବା ନେଇ ଅଭିଯୋଗ ହୋଇଥିବା କିଛି ସ୍କୁଲ କର୍ତ୍ତୃପକ୍ଷଙ୍କର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍କୁଲ ପୂର୍ବ ଦୁଇ ବର୍ଷର ଏବଂ ଚଳିତ ବର୍ଷ ଶ୍ରେଣୀ ଅନୁସାରେ ଓ କେଉଁ ବାବଦରେ କେତେ ସ୍କୁଲ ଫି’ ଆଦାୟ ହେଉଛି ତା’ର ବିବରଣୀ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡିଶ ଅଭିଭାବକ ମହାସଂଘ ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ-ଅଧକ୍ଷ ପ୍ରସନ୍ନ ବିଷୋୟୀ ଯୋଗ ଦେଇଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories