www.samajalive.in
Saturday, December 13, 2025
26.1 C
Bhubaneswar

ପ୍ୟାକେଟ କ୍ଷୀର ଅସଲି କି ନକଲି ଜାଣିବାର ଉପାୟ

ଆଜିର ସମୟରେ ଖାଦ୍ୟ ଓ ପାନୀୟ ଅସଲି କି ନକଲି ଜାଣିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଯାଇଛି। ଅସଲି ଓ ନକଲି ଖାଦ୍ୟର ତଫାତ ମଧ୍ୟରେ ଆମେ କ’ଣ ଖାଇବା କ’ଣ ନ ଖାଇବା ତାହା ସ୍ଥିର କରିବା ଅସମ୍ଭବ। ଆଜିକାଲି ବଜାରରେ ପ୍ରାୟ ସମସ୍ତ ଖାଦ୍ୟପଦାର୍ଥରେ ମିଶ୍ରଣ ହେଉଛି।କ୍ଷୀର ପ୍ରତ୍ୟେକ ବ୍ୟକ୍ତିର ଶରୀର ପାଇଁ ଉତ୍ତମ ପାନୀୟ ଅଟେ। କ୍ଷୀର ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କିନ୍ତୁ ଅପମିଶ୍ରଣ କ୍ଷୀର ପିଇବା ଦ୍ୱାରା ଶରୀର ଅସୁସ୍ଥ ହେବା ସହ ଅନେକ ରୋଗ ହୋଇଥାଏ। ଗାଈ ଓ ମଇଁଷି କ୍ଷୀରରେ ଅନେକ ଅପମିଶ୍ରଣ ହେଉଥିବାର ବିଭିନ୍ନ ପରୀକ୍ଷା ଦ୍ୱାରା ଆମେ ଜାଣିଛୁ। ମାତ୍ର ପ୍ୟାକେଟ କ୍ଷୀରରେ ମଧ୍ୟ ବର୍ତ୍ତମାନ ମିଶ୍ରଣ କରାଯାଉଛି। ଆସନ୍ତୁ ଜାଣିବା ପ୍ୟାକେଟ କ୍ଷୀର ଅସଲି କି ନକଲି ଜାଣିବାର ଉପାୟ ..
କ୍ଷୀରରେ ଶ୍ୱେତସାର ମିଶିଛି କି ନାହିଁ ଜାଣିବା ପାଇଁ ସେଥିରେ ୨ଚାମଚ ଲୁଣ ମିଶାଇ ଦିଅନ୍ତୁ। କ୍ଷୀରର ରଙ୍ଗ ଯଦି ନୀଳ ହୋଇଯିବ ତେବେ ସେଥିରେ ଶ୍ୱେତସାର ଅଧିକ ପରିମାଣରେ ମିଶାଯାଇଛି। କ୍ଷୀରରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଡ ମିଶ୍ରିତ ହୋଇଥିଲେ ମଧ୍ୟ କ୍ଷୀର ନୀଳ ରଙ୍ଗ ହୋଇଯିବ। କ୍ଷୀରରେ ଅଧିକ ଶ୍ୱେତସାର ଓ କାର୍ବୋହାଇଡ୍ରେଡର ମିଶ୍ରଣ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।ବେଳେବେଳେ ଦେଖାଯାଏ ଯେ, କ୍ଷୀରକୁ ହଲାଇ ଦେଲେ ତାହା ଫେଣ ହୋଇଯାଏ। ସେଥିରେ ୱାସିଙ୍ଗ ପାଉଡର ମିଶିଥିବାରୁ ଏପରି ଫେଣ ହୋଇଯାଏ। ତେରୁ କ୍ଷୀରରେ ୱାସିଙ୍ଗ ପାଉଡର ମିଶିଛି କି ନାହିଁ ଜାଣିବା ପାଇଁ କ୍ଷୀରକୁ ପ୍ରଥମେ ଏକ କାଚ ଜାର କିମ୍ବା ବୋତଲରେ ରଖନ୍ତୁ। ତାପରେ ବୋତଲରେ ଥିବା କ୍ଷୀରକୁ ଭଲ ଭାବରେ ହଲାଇ ଦିଅନ୍ତୁ। ଫେଣ ହୋଇଗଲେ ଜାଣିବେ ଯେ କ୍ଷୀର ଅପମିଶ୍ରଣ ଅଟେ।
କ୍ଷୀରକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ସେଥିରେ ଫର୍ମାଲିନ ମିଶା ଯାଇଥାଏ। ଫର୍ମାଲିନ ଆମ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ଅଟେ। ଏହାକୁ ପରୀକ୍ଷା କରିବା ପାଇଁ ଏକ ଟେଷ୍ଟ ଟ୍ୟୁବରେ ୧୦ମିଲି କ୍ଷୀର ନେଇ ସେଥିରେ ୨-୩ ବୁନ୍ଦା ସଲଫ୍ୟୁରିକ ଏସିଡ ପକାଇ ଦିଅନ୍ତୁ। କିଛି ସମୟ ପରେ ଯଦି କ୍ଷୀରର ଉପର ଭାଗ ନୀଳ ରଙ୍ଗ ହୋଇଯିବ ତେବେ ସେଥିରେ ଫର୍ମାଲିନ ମିଶିଛି ବୋଲି ଜାଣିବା।କ୍ଷୀରରେ ପ୍ରାୟ କେମିକାଲ ମିଶୁଥିବାର ଆମେ ଜାଣୁ। କ୍ଷୀରରେ ଅଧିକ କେମିକାଲ ରହିଥିଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କ୍ଷୀରରେ କେମିକାଲ ମିଶିଥିଲେ ତାହା ଶୀଘ୍ର ଜାଣି ହୋଇଥାଏ। କ୍ଷୀରକୁ ଅଳ୍ପ ସମୟ ଫୁଟାନ୍ତୁ। ଅଳ୍ପ ସମୟ କ୍ଷୀର ଫୁଟିଲା ପରେ ଯଦି ତାହା ହଳଦିଆ ରଙ୍ଗ ହୋଇଯାଏ ତେବେ ସେଥିରେ କେମିକାଲ ରହିଛି ବୋଲି ଆମେ ଜାଣିବା।କ୍ଷୀର ସାଧାରଣତଃ ତୈଳାକ୍ତ ହୋଇଥାଏ। କାରଣ କ୍ଷୀରରୁ ଅନେକ ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ। ବେଳେବେଳେ କ୍ଷୀରରେ ତେଲର ଅପମିଶ୍ରଣ କରାଯାଇଥାଏ। କ୍ଷୀରରେ ଡାଲଡା କିମ୍ବା ବନସ୍ପତି ପରି ତେଲ ମିଶାଯାଇଥାଏ। ଯାହାଦ୍ୱାରା କ୍ଷୀର ଅସଲି ବୋଲି ଜଣାପଡେ। ମାତ୍ର ଏହି କ୍ଷୀର ରକ୍ତଚାପ ଜନିତ ସମସ୍ୟାକୁ ବଢାଇଥାଏ। କ୍ଷୀରରେ ଡାଲଡା କିମ୍ବା ବନସ୍ପତି ପରି ତେଲ ମିଶାଯାଇଛି କି ନାହିଁ ଜାଣିବା ପାଇଁ ପ୍ରଥମେ ୨ଚାମଚ ହାଇଡ୍ରୋକ୍ଳୋରିକ ଏସିଡ, ୧ଚାମଚ ଚିନି ଓ ଏକ ଚାମଚ କ୍ଷୀରକୁ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ୫ମିନିଟ ପରେ କ୍ଷୀରର ରଙ୍ଗ ଯଦି ଲାଲ ହୋଇଯାଏ ତେବେ ତାହା ଅଶୁଦ୍ଧ ଅଟେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories