www.samajalive.in
Tuesday, December 9, 2025
19.1 C
Bhubaneswar

କୁମ୍ଭ ଗଙ୍ଗାଜଳ ସ୍ଥାପନ ଶିବିର

ସମ୍ବଲପୁର : ଆଗାମୀ ଦିନରେ ମାଘ ପୂର୍ଣ୍ଣିମା, ମହାଶିବରାତ୍ରୀ, ସୋମବତୀ ଅମାବାସ୍ୟା, ବୈଶାଖି, ଶ୍ରୀରାମ ନବମୀ ଓ ଚୈତ୍ର ପୂର୍ଣ୍ଣିମା ଦିନ ଦେବନଗରୀ ହରିଦ୍ୱାରା ଠାରେ ଚାଲିଥିବା କୁମ୍ଭମେଳାରେ ସାହି ସ୍ନାନ ହେବ। ତେବେ ଏହି ସାହି ସ୍ନାନରେ ଅନେକ ବ୍ୟକ୍ତି ବିଭିନ୍ନ କାରଣରୁ ସାମିଲ ହୋଇ ପାରୁ ନ ଥିବାରୁ ଘରେ ରହି ମଧ୍ୟ ଏହି ସ୍ନାନର ଲାଭ ନେବା ପାଇଁ ଗାୟତ୍ରୀ ପରିବାର ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଣୁ ଜାନୁୟାରୀ ମାସରେ ପବିତ୍ର ମକର ସଂକ୍ରାନ୍ତି ତିଥିରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇ ଗଙ୍ଗାଜଳ ହରିଦ୍ୱାର ଠାରେ ସଂଗ୍ରହ କରାଯାଇଛି। ଏହି ଗଙ୍ଗା ଜଳକୁ ନେଇ ହରିଦ୍ୱାର ଶାନ୍ତିକୁଞ୍ଜରୁ ଆସିଥିବା ୫ ଜଣିଆ ପ୍ରତିନିଧି ଦଳରେ ଶେଷଦେବ ବଢ଼େଇ, ପ୍ରଦୀପ କୁମାର ସାହୁ, ଖୁଦିରାମ, ଜଗଦୀଶ ଦାଶ ଓ ବଳରାମ ସାହୁ ସମ୍ବଲପୁର ଠାରେ ପହୁଞ୍ଚିଛନ୍ତି। ଏହି ଗଙ୍ଗାଜଳ ସମ୍ବଲପୁରରେ ପହୁଞ୍ଚିବା ପରେ କମଳି ବଜାର ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ‘ହର ହର ଗଙ୍ଗେ ଘର ଘର ଗଙ୍ଗେ’ (ହରିଦ୍ୱାରା କୁମ୍ଭମେଳା) ନାମକ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇଛି। ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ତିନି ଦିନବ୍ୟାପି ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ହରିଦ୍ୱାରରୁ ଆସିଥିବା ଗଙ୍ଗାଜଳକୁ କିଭଳି ଭାବରେ ହରିଦ୍ୱାରା ଠାରେ କୁମ୍ଭମେଳା ସମୟରେ ହେଉଥିବା ସାହି ସ୍ନାନ ଦିନ ଉପଯୋଗ କରି ଘରେ ସାହି ସ୍ନାନ କରିବେ, ସେ ସର୍ମ୍ପକରେ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ବୁଝାଯାଉଛି। ପ୍ରଶିକ୍ଷଣ ଶିବିରରେ ଗଙ୍ଗାଜଳ, ଗାୟତ୍ରୀ ମାତାଙ୍କୁ ବିଶେଷ ମନ୍ତ୍ର ଦ୍ୱାରା ପୁଜାର୍ଚ୍ଚନା କରାଯାଇଥିଲା। ସଦସ୍ୟ ମାନେ ମୁଣ୍ଡରେ ଗଙ୍ଗାଜଳ ଧରି ଗାୟତ୍ରୀ ମାତାଙ୍କ ମୂର୍ତ୍ତି ଚାରିପଟେ ପରିକ୍ରମା କରିଥିଲେ। ଶାନ୍ତି କୁଞ୍ଜ ହରିଦ୍ୱାରରୁ ୬୬୦୦ କିଟ୍ସ ଅଣା ଯାଇଥିବା ବେଳେ ଏହାକୁ ସମ୍ବଲପୁର ଜିଲା ସଂଯୋଜକ ମଦନ ମୋହନ ପାତ୍ର, ବରଗଡ ଜିଲା ସଂଯୋଜକ ରାମ କୁମାର ମେହେର, ସୋନପୁର ଜିଲା ସଂଯୋଜକ ଦୁତିଆ ଝାଙ୍କରଙ୍କ ମାଧ୍ୟମରେ ବିଭିନ୍ନ ଶକ୍ତିପୀଠ, ପ୍ରଜ୍ଞାପୀଠ, ଚରଣ ପୀଠ ଆଦିକୁ ବଣ୍ଟନ କରାଯିବ। ଘରେ ଘରେ ଗାୟତ୍ରୀ ମାତାଙ୍କ ଚିତ୍ର, ଗଙ୍ଗାଜଳ, ଗୋ ମାତା, ଗଙ୍ଗା, ଗୀତା କିପରି ଭାବରେ ପୂଜନ କରିବା ସହିତ ବଳିବଶ୍ୟ ଯଜ୍ଞ ଓ ନାନୋ ଯଜ୍ଞ କରିବେ ତାହାର ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ଶିବିର ରବିବାର ଦିନ ଶେଷ ହେବ ବୋଲି ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories