www.samajalive.in
Sunday, December 14, 2025
23.1 C
Bhubaneswar

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା; ପୁଲିସର ଖୋଳତାଡ ଆରମ୍ଭ

ଗୁଣପୁର/ପଦ୍ମପୁର: ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲିବନ୍ଧ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ଗତ ୨୫ ତାରିଖ ରାତିରେ ଗାଁର କିଛି ଲୋକ ରାମ ମୁଳି ନାମକ ବ୍ୟକ୍ତିଙ୍କୁ ହତ୍ୟା କରି ମୃତଦେହକୁ ପୋଡ଼ି ଦେଇଥିଲେ। ଏ ନେଇ ତାଙ୍କ ସ୍ତ୍ରୀ ମାୟା ମୁଳି ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ତାଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଥିବା କହିଛି।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁସାରେ, ମୃତ ରାମଙ୍କ ସହିତ ଗାଁର କିଛି ଲୋକଙ୍କ ସମ୍ପର୍କ ଭଲ ନ ଥିଲା। ରାମ ଗୁଣିଗାରେଡ଼ି କରୁଥିବା ନେଇ ସେମାନଙ୍କ ମନରେ ସନ୍ଦେହ ରହିଥିଲା। ଗାଁର ଝିଅବୋହୂଙ୍କ ପ୍ରତି ରାମଙ୍କର ଭଲ ନଜର ନ ଥିଲା ବୋଲି ପୁଲିସ ଆଗରେ କେତେଜଣ ଗ୍ରାମବାସୀ କହିଛନ୍ତି। ଆଉ କିଛି ଘଟଣାକୁ ନେଇ କିଛି ଗ୍ରାମବାସୀଙ୍କ ସହିତ ରାମଙ୍କର ପୂର୍ବରୁ ଶତ୍ରୁତା ରହିଥିବା ନେଇ ପୁଲିସକୁ ଖବର ମିଳିଛି। ଗତ ୨୫ ତାରିଖ ରାତିରେ ଗାଁ ନିକଟ ଏକ କୁଡ଼ିଆରେ ରାମ ଶୋଇଥିବାବେଳେ ୭/୮ ଜଣ ଲୋକ ଉକ୍ତ କୁଡ଼ିଆରୁ ରାମଙ୍କୁ ଟାଣି ଆଣି ଠେଙ୍ଗାରେ ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ରାମର ମୃତଦେହକୁ ପୋଡ଼ି ଦେଇଥିଲେ। ପୁଲିସ ଖବର ପାଇ ଗତକାଲି ସକାଳୁ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ ସହି ଗାଁରେ ପହଞ୍ଚି ଘଟଣାସ୍ଥଳରୁ ରକ୍ତଭିଜା ମାଟି, ରକ୍ତଛିଟା ଲାଗିଥିବା କନା ସହ ହତ୍ୟା ସ୍ଥଳର ମାଟି, ପାଉଁଶ, ଦରପୋଡ଼ା କାଠ, ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି।

- Advertisement -

ଘଟଣାର ପାରିପାର୍ଶ୍ଵିକ ପରିସ୍ଥିତି ଅନୁଯାୟୀ, ହତ୍ୟା ପଛରେ ପୂର୍ବ ଶତ୍ରୁତା ଗୋଟିଏ କାରଣ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଥିଲାବେଳେ ଗୁଣିଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଅଭିଯୋଗ କରିବା ଏହାକୁ ଅଧିକ ରହସ୍ୟମୟ କରିଛି। ଏହା ପୂର୍ବରୁ ମଧ୍ୟ ଗୁଣପୁର ଥାନା ଅଧୀନ ଚିନ୍ତାଲୁଗୁଡା, ଉକୁମ୍ବାଗୁଡା, ପୁଟାସିଂ ଥାନା ଅନ୍ତର୍ଗତ କିତୁଙ୍ଗ ଅଞ୍ଚଳରେ ଏଭଳି ଗୁଣି ଗାରେଡିକୁ ନେଇ ହତ୍ୟାକାଣ୍ଡ ଘଟିଛି। କିତୁଙ୍ଗର ଲୋମ ହର୍ଷଣକାରୀ ଘଟଣାର ବିଚାର କରି କୋର୍ଟ ୯ଜଣ ଅଭିଯୁକ୍ତଙ୍କ ବିରୋଧରେ ଫାଶୀ ଦଣ୍ଡ ଶୁଣାଇଥିଲେ, ଯାହା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଗୁଣିଗାରେଡି ସନ୍ଦେହରେ ସ୍ଥାନୀୟ ଅଞ୍ଚଳଗୁଡ଼ିକରେ ସବୁବେଳେ ଅପରାଧ ଘଟୁଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସେତେଟା ଫଳପ୍ରଦ ହେଉନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories