www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ଭାରତ ବାଣିଜ୍ୟ ବନ୍ଦ

ଭୁବନେଶ୍ବର : ଦ୍ରବ୍ୟ ଓ ସେବା କର(ଜିଏସଟି)ରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଂଗଠନ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଭାରତ ବାଣିଜ୍ୟ ବନ୍ଦ’ ଡାକରା ଦେଇଛି। ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ ଦିଆଯାଇଛି। ବାଣିଜ୍ୟ ବନ୍ଦ ସମୟରେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ଉପରେ କୌଣସି କଟକଣା କରାଯାଇ ନଥିବା ସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ଏହାକୁ ସମର୍ଥନ ଜଣାଇ ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ବିଭିନ୍ନ ସଂଗଠନ ଅନେକ ଜାଗାରେ ବାଣିଜ୍ୟ ବନ୍ଦକୁ ସ୍ବତଃପ୍ରବୃତ୍ତ ଭାବେ ନୈତିକ ସମର୍ଥନ ଦେଇଛନ୍ତି। ବନ୍ଦକୁ ପରିବହନ କ୍ଷେତ୍ରରେ ଦେଶର ସର୍ବବୃହତ ସଂଗଠନ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଗଠନ ସମର୍ଥନ ଜଣାଇଛି। ଏହାଦ୍ବାରା ଦେଶର ପରିବହନ କାର୍ଯ୍ୟରେ ନିୟୋଜିତ ୧ ଲକ୍ଷ ଟ୍ରକ ରାସ୍ତାକୁ ଆସିବେନାହିଁ।
ଭାରତ ବନ୍ଦ ଡାକରା ଯୋଗୁଁ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ବନ୍ଦ ରହିବା ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବା ନେଇ ଲୋକମାନେ ଆଶଙ୍କା କରିଥିବାବେଳେ ଏହା ଉପରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଭାରତ ବାଣିଜ୍ୟ ବନ୍ଦ ପରିପ୍ରେକ୍ଷୀରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବନାହିଁ। ଏସବୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଏହାକୁ ବନ୍ଦ କରିବା ନେଇ ସଂଘ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନଥିବା ସେ କହିଛନ୍ତି।
ବାଣିଜ୍ୟ ବନ୍ଦ ସମ୍ପର୍କରେ ସେ କହିଛନ୍ତି, ଜିଏସଟି ପରିଷଦ ଲାଭ ପାଇଁ ନିୟମକୁ ପରିବର୍ତ୍ତନ କରି ଚାଲିଛନ୍ତି। ଦେଶର ରାଜ୍ୟ ସରକାରମାନେ ଟିକସ ବ୍ୟବସ୍ଥାର ସରଳୀକରଣ ପାଇଁ ଚିନ୍ତା କରୁନାହାନ୍ତି। ବ୍ୟବସାୟ ପରିବର୍ତ୍ତେ ବ୍ୟବସାୟୀମାନେ ଜିଏସଟି ହିସାବ କରିବାରେ ବ୍ୟସ୍ତ ରହୁଛନ୍ତି। ଯାହା ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଚାରିବର୍ଷ ମଧ୍ୟରେ ଜିଏସଟି ନିୟମ ୯୩୭ ଥର ସଂଶୋଧନ କରାଯିବା ଫଳରେ ଏହାର ମୂଳ ଢ଼ାଞ୍ଚା ବଦଳି ସାରିଛି। ବାରମ୍ବାର କହିବା ସତ୍ତ୍ବେ ଜିଏସଟି ପରିଷଦ ବ୍ୟବସାୟ ସଂଗଠନ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ ଗ୍ରହଣ କରୁନାହିଁ। ତେଣୁ ଦାବି ହାସଲ ପାଇଁ ଭାରତ ବାଣିଜ୍ୟ ବନ୍ଦ ଡାକରା ଦିଆଯାଇଛି।
ଜନସାଧାରଣଙ୍କୁ ଅସୁବିଧାରେ ପକାଇବା ଏହି ବନ୍ଦ ଆହ୍ବାନର ଉଦ୍ଦେଶ୍ୟ ନୁହେଁ। ଜିଏସଟି ବ୍ୟବସ୍ଥାର ସରଳୀକରଣ ନେଇ ଦେଶବ୍ୟାପୀ ବ୍ୟବସାୟୀଙ୍କ ଦାବି ସରକାରଙ୍କୁ ଜଣାଇବା ପାଇଁ ବାଣିଜ୍ୟ ବନ୍ଦ ଆହ୍ବାନ ଦିଆଯାଇଛି।
ଅନ୍ୟପକ୍ଷରେ ବନ୍ଦ ସମୟରେ ଯାନବାହନ, ରେଳ ଚଳାଚଳ ବନ୍ଦ ବେଳେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡ଼କ ସମ୍ମୁଖରେ ଆନ୍ଦୋଳନକାରୀ ଧାରଣା ଦେବାର ଆଶଙ୍କାକୁ ଦେଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ସକାଳ ୯.୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଆଜି ସରକାରଙ୍କ ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଳା ଚିଠି ଲେଖି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଲୋକସେବା ଭବନର ମୁଖ୍ୟ ଫାଟକ ଆସନ୍ତାକାଲି ପୂର୍ବାହ୍ନ ୧୦.୧୫ ପରେ ବନ୍ଦ ରହିବ। କେବଳ ପଛ ଫାଟକରେ ଯାତାୟାତ ପାଇଁ ଖୋଲା ରହିବ। ଆଗନ୍ତୁକଙ୍କ ଆଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ପୂର୍ବରୁ ଯେଉଁମାନେ ଏଥିପାଇଁ ଅନୁମତି ନେଇଛନ୍ତି ସେମାନଙ୍କୁ ତତ୍କାଳ ପାସ ଦିଆଯାଇପାରିବ। ପରିଚୟପତ୍ର ଏବଂ ପାସ କଡ଼ାକଡ଼ି କରାଯିବ। ସେଥିପାଇଁ କର୍ମଚାରୀ ଓ ଆଗନ୍ତୁକମାନେ ନିଜ ନିଜର ପରିଚୟପତ୍ର ଓ ପାସ ନେଇ ଆସିବାକୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories