www.samajalive.in
Sunday, December 14, 2025
16.1 C
Bhubaneswar

କିଏ କାହା ପାଇଁ ବିପଦ? ବିଦ୍ୟାଳୟକୁ ଲାଗି ଗ୍ୟାସ ଗୋଦାମ, ଦାୟୀ କିଏ?

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଜେନାପୁର ରେଳଷ୍ଟେସନ ନିକଟବର୍ତ୍ତୀ ରେଲୁଏ ଲେବଲ କ୍ରସିଂ ଠାରୁ କିଛି ଦୂରରେ ଏବେ ମୁଣ୍ଡ ଟେକି ଛିଡା ହୋଇଚି ସୌମ୍ୟ ଗ୍ୟାସ ଏଜେନ୍ସି ଓ ଏକ୍ସଟି ଜାଭିୟର କିଡ୍ସ ସ୍କୁଲ। ଲଗାଲଗି ଦୁଇଟି ପ୍ଲଟରେ ଏହି ଦୁଇ ପରଷ୍ପର ବିରୋଧି ଅନୁଷ୍ଠାନ ଏବେ କିଏ କାହା ପାଇଁ ବିପଦ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଯୋର ଧରିଛି। ଦେଖିବାକୁ ଗଲେ ଏହି ସ୍ଥାନରେ ଆଜକୁ କିଛି ଦିନ ପୂର୍ବରୁ କୌଣସି ଗୃହ କିମ୍ବା ପାଚେରୀ ନ ଥିଲା। ଯାହ ନିର୍ମାଣ ହୋଇଛି ଖୁବ୍ କମ୍ ଦିନ ମଧ୍ୟରେ ହୋଇଛି। ଉଭୟ ଅନୁଷ୍ଠାନର ମାଲିକ ଏବେ ନିଜ ଅନୁଷ୍ଠାନ ଅଇନତଃ ଠିକ ଥିବା କହୁଥିବା ବେଳେ ଲୋକେ ଏହାକୁ ବିରୋଧ କରିବା ସହିତ ସ୍କୁଲ ପାଖରେ ଗ୍ୟାସ ଗୋଦାମ କିମ୍ବା ସ୍କୁଲ ଗ୍ୟାସ ଗୋଦାମ ଠାରୁ ଦୂରକୁ ଚାଲିଯିବା ଉଚିତ ବୋଲି କହୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ପ୍ରଥମେ ଏହି ସ୍ଥାନକୁ  କିଏ କେଉଁ ଉଦେଶ୍ୟରେ କିଣିଛନ୍ତି? ଷ୍ଟେସନ ବଜାର ଠାରୁ ଖୁବ କମ କିଛି ଦୂରରେ ଏହି ଖାଲି ଯାଗାରେ ପ୍ରଥମେ ସାଇଡ ଫର ଜାଭିୟର କିଡସ ସ୍କୁଲର ଏକ ଛୋଟ ବୋର୍ଡ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯାହାର ଫଟୋ ମଧ୍ୟ ଉପଲବ୍ଧ ରହିଛି। ଯାହାକି ସ୍କୁଲର ପରିଚାଳକ ଦର୍ଶାଇଛନ୍ତି। ସ୍କୁଲଟି ଏହି ଅଂଚଳରେ ପାଖାପାଖି ୧୦୦ଟି ପଲାଙ୍କୁ ନେଇ ନିକଟସ୍ଥ ଏକ ଚାଳଘରେ ଚାଲୁଥିଲା। ଯାହାକୁ ଉଠାଇଆଣି ଏଠାରେ ସ୍ଥାପନ କରିବାକୁ ଟ୍ରଷ୍ଟ ପକ୍ଷରୁ ବ୍ରଜବନ୍ଧୁ କାଣ୍ଡିଙ୍କ ଠାରୁ ଜମି କିଣାଯାଇଥିବା ସ୍ୱର୍ଗତ କାଣ୍ଡିଙ୍କ ପତ୍ନୀ ସ୍ନେହଲତା କାଣ୍ଡି ଜିଳାପାଳଙ୍କୁ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି। ୨୦୧୩ ମସିହାରୁ ଜେନାପୁର ଠାରେ ଏକ ଭଡା ଘରେ ଚାଲୁଥିଲା ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ୱରେ ସମ୍ବିତ କୁମାର ଦାସ ରହିଛନ୍ତି। କରୋନାରେ ସ୍କୁଲ ବନ୍ଦ ରହିବାର ସୁଯୋଗରେ ଗ୍ୟାସ ଗୋଦାମର ମାଲିକ ତାଙ୍କ ପ୍ଲଟକୁ ଲଗାଇ ଦୁଇମାସ ଭିତରେ ଏକ ଘର କରି ଗ୍ୟାସ ଗୋଦାମ କରିଛନ୍ତି। ଯାହାକି ସମ୍ପୁର୍ଣ୍ଣ ବେଅଇନ ଓ ବିପଦ ଜନକ। ଜିଲାପାଳଙ୍କୁ ଦେଇଥିବା ଅଭିଯୋଗରେ ସେ ଆହୁରି ଲେଖିଛନ୍ତି ଯେ ଗୋଦାମର ପୂର୍ବପଟ କାନ୍ଥକୁ ଜାଭିୟର ସ୍କୁଲ କାନ୍ଥ, ପଶ୍ଚିମ ପଟକୁ ଜେନାପୁର ଷ୍ଟେସନ ବଜାର, ଦକ୍ଷିଣକୁ ଜେନାପୁର ଷ୍ଟେସନ ଭଳି ଜନପଦ ରହିଥିବା ବେଳେ ଏଭଳି ଏକ ବିପଦ ଜନକ ଗୋଦାମ ପାଇଁ କିପରି ଅନୁମତି ମିଳିଲା? ଏପରିକି ଏହି ଅନୁମତି ପଛରେ ଏକ ଅସାଧୁ ମେଣ୍ଟ କାର୍ଯ୍ୟ କରୁଛି ଯାହାର ତଦନ୍ତ ଅପରିହାର୍ଯ୍ୟ ବୋଲି କହିଛନ୍ତି। ସେହିପରି ଭାବରେ ଗ୍ୟାସ ଗୋଦାମର ମାଲିକଙ୍କ କହିବା କଥା ଆମେ ଅଇନତଃ ଠିକ ଥାଇ ଏଠାରେ ଗୋଦାମ ଖୋଲିଛୁ। ଏହି ଗୋଦାମ ପାଇଁ ୫ଟି ଜଗାରୁ ସବୁଜ ସଂକେତ ପାଇବା ପରେ ଗୋଦାମ ଖୋଲାଯାଇଛି। ପଛରେ ସ୍କୁଲ ଗୃହ ନିର୍ମାଣ ଆରମ୍ଭ ହୋଇଛି। ସେହି  ସ୍ଥାନଟି ଏବେ ମଧ୍ୟ ଘରବାରୀ କିସମ ହୋଇନାହିଁ। ଆମେ ଜମିରେ ସ୍ଥିତାବସ୍ଥା ପାଇଁ ଚଣ୍ଡିଖୋଲ ଅଦାଲତର ଅଶ୍ରୟ ନେଇଛୁ। ଆମେ ମଧ୍ୟ ଜିଲାପାଳଙ୍କୁ ଏହାର ତଦନ୍ତ ପାଇଁ ଲେଖିଛୁ। ଜିଲା ଯୋଗାଣ ବିଭାଗର ଜଣେ ଅଧିକାରୀ ତାର ତଦନ୍ତ କରି ଫେରିଛନ୍ତି। ସବିଶେଷ ତଥ୍ୟ କଣ ରହିଛି ତାହା ଜାଣିବାକୁ ଆମେ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରିନାହାଁନ୍ତି। ଏହି ଅଂଚଳରେ ଗ୍ୟସ ଯୋଗାଣର କୌଣସି ବ୍ୟବସ୍ଥା ନଥିବାର ଯାହା କୁହାଯାଉଛି ତାହାକୁ ଗ୍ରହଣ କରୁନାହାଁନ୍ତି ସ୍କୁଲ କର୍ତ୍ତୃପକ୍ଷ। ଖୁବ ନିକଟରେ ଇସାନ ସ୍ୱରୁପ ନାମକ ଏଚପି ଗ୍ୟାସ କମ୍ପାନୀର ଏକ ଏଜେନ୍ସି ଆଜକୁ ବର୍ଷେରୁ ଅଧିକ ସମୟ ଧରି କାର୍ଯ୍ୟକରୁଛି। ଆସନ୍ତା ଏକ ମାସ ମଧ୍ୟରେ ଗ୍ରାହକ ପୋର୍ଟିବିଲିଟ ହେବାକୁ ଥିବାରୁ ଯେଉଁ ଗ୍ରାହକମାନେ ଚଣ୍ଡିଖୋଲ ଓ ଯାଜପୁର ରୋଡରୁ ଗ୍ୟାସ ଆଣୁଛନ୍ତି ସୋମନେ ପୋର୍ଟିବିଲିଟି କରି ଏହି ଏଜେନ୍ସିରୁ ଗ୍ୟାସ ପାଇପାରିବେ। କରୋନା କଟକଣା ପରେ ବିଦ୍ୟାଳୟ ଖୋଲିଥାନ୍ତା ପିଲାମାନେ ପାଠ ପଢିଥାନ୍ତେ। ଘର କାମ ସରିଥିଲେ ଛୋଟ ଛୋଟ ପିଲାମାନେ ନୂଆଘରକୁ ଆସିଥାନ୍ତେ। ଏବେ କିନ୍ତୁ ଆଇନ ଜାଲରେ ଛନ୍ଦି ହୋଇ ବିଦ୍ୟାଳୟର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଏଥିପାଇଁ କିଏ ଦାୟୀ ବୋଲି ଏବେ ସବୁଠି ଚର୍ଚ୍ଚା ଯୋର ଧରିଛି। କିଏ ଚଞ୍ଚକତା କରିଛି ତାର ତଦନ୍ତ ପରିହାର୍ଯ୍ୟ ହୋଇପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories