www.samajalive.in
Sunday, December 7, 2025
13.1 C
Bhubaneswar

ଶାନ୍ତି ପ୍ରତିଷ୍ଠା ବିନା ଆସାମରେ ବିକାଶ ସମ୍ଭବ ନୁହେଁ : ଶାହା

ଗୁଆହାଟୀ : ଆସାମରେ ଶାନ୍ତି ପ୍ରତିଷ୍ଠା ବିନା ବିକାଶ ସମ୍ଭବ ନୁହେଁ। କର୍ବିଆଙ୍ଗଲଙ୍ଗ ଜିଲ୍ଲାରେ ୫ ଜଣ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ପରିହାର କରି ଆତ୍ମସମର୍ପଣ କରିବା କାର୍ଯ୍ୟକ୍ରମରେ ଯୋଗ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି। ଆସାମର ଲୋକମାନେ ନିଯୁକ୍ତି, ଉତ୍ତମ ସ୍ୱାସ୍ଥ୍ୟସେବା, ଶିକ୍ଷା, ବାସଗୃହ ଓ ବିଦ୍ୟୁତ୍‍ ଶକ୍ତି ଚାହାନ୍ତି। ଅସ୍ତ୍ରଶସ୍ତ୍ର ପରିହାର ବିନା ଏହା କେବେ ସମ୍ଭବ ନୁହେଁ ବୋଲି ଶ୍ରୀ ଶାହା କହିଛନ୍ତି। ଆସାମରେ ବିଜେପି ପୁନର୍ବାର ଶାସନକୁ ଆସିଲେ ରାଜ୍ୟକୁ ବନ୍ୟାମୁକ୍ତ କରାଯିବ ବୋଲି ସେ
ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ବିଜେପି ନେତୃତ୍ୱର ସରକାର ବିଗତ ୫ ବର୍ଷ ଭିତରେ ଅନେକ କଲ୍ୟାଣକର ଯୋଜନା କାର୍ଯ୍ୟକାରୀ କରିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନ ହୋଇଛି। ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନଙ୍କର ସମସ୍ତ ସମସ୍ୟାର ବର୍ଷେ ଭିତରେ ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, କର୍ବିଆଙ୍ଗଲଙ୍ଗ ଜିଲ୍ଲା ଆସାମର ସବୁଠୁ ଉନ୍ନତ ଜିଲ୍ଲା ହୋଇପାରିବ। ସ୍ୱରାଷ୍ଟ୍ର ମନ୍ତ୍ରୀ
କହିଛନ୍ତି, ସମଗ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ପଥରେ ଆଗେଇବାକୁ ପ୍ରଧାନମନ୍ତ୍ରୀ ଚାହାନ୍ତି।

ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ରାଜ୍ୟରେ ଶାନ୍ତି ସ୍ଥାପନ ବିନା କୌଣସି
ବିକାଶ ମୂଳକ କାର୍ଯ୍ୟ ସମ୍ଭବ ନୁହେଁ। ଶ୍ରୀ ସୋନୱାଲ୍‍ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜ୍ୟରେ ସ୍ଥାୟୀ ଶାନ୍ତି ସ୍ଥାପନ କରିପାରି ଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସବ୍‍ କା ସାଥ୍‍- ସବ୍‍ କା ବିକାଶ’ ମନ୍ତ୍ର ଅନୁସାରେ ସେମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯିବ। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଆସାମକୁ ବନ୍ୟା, ହିଂସା ଓ ଅନୁପ୍ରବେଶମୁକ୍ତ କରିବା ପ୍ରତି ଗୁରୁତ୍ୱାରୋପ କରିଥିଲେ।

- Advertisement -

ନାଗାଓଁ ଜିଲ୍ଲାର ବରହମପୁରସ୍ଥିତ ମହା ମୃତ୍ୟୁଞ୍ଜୟ ମନ୍ଦିରଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ଶାହା ଆସାମ ବିକାଶର ଠିକ୍‍ ପଥରେ ଗତି କରୁଥିବା କହିଥିଲେ। ସେ କହିଥିଲେ, ପୂର୍ବରୁ ଆସାମରେ ହିଂସା ଓ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା କିନ୍ତୁ ବର୍ତ୍ତମାନ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇଛି। ଆସାମ ଓ ଉତ୍ତର ପୂର୍ବାଞ୍ଚଳର ଜିଡିପି ପ୍ରତି ଅବଦାନ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories