www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀଲଙ୍କାକୁ ୧୨-୦ରେ ହରାଇଲା ଭାରତ

ଥିମ୍ପୁ (ଭୁଟ୍ଟାନ) : ଗୁରୁବାର ଏଠାରେ ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ ଚମ୍ପିଆନ୍‍ସିପ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‍ରେ ଭାରତ ବିପୁଳ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୧୨-୦ ଗୋଲ୍‍ରେ ହରାଇ ଭାରତ ବିପୁଳ ବିଜୟ ହାସଲ କରିଛି। ଭାରତ ପାଇଁ ଶିଲ୍‍କୀ ଦେବୀ ହ୍ୟାଟ୍ରିକ୍‍ ଅର୍ଜନ କରିଥିଲେ।
ଭାରତ ପାଇଁ ଶିଲ୍‍କୀ ଦେବୀ ପ୍ରଥମ ମିନିଟରେ ଗୋଲ୍‍ ଦେଇଥିଲେ। ୬ ମିନିଟରେ ଭାରତର ଲିଣ୍ଡା କମ୍‍ ୨ୟ ଗୋଲ୍‍ ଦେଇଥିଲେ। ୧୩ ମିନିଟରେ ଅବିକା ସିଂହ ୩ୟ ଗୋଲ୍‍ ଦେଇଥିବା ବେଳେ ୨୦ ମିନିଟରେ ଶିଲ୍‍କୀ ଦେବୀ ୪ର୍ଥ ଗୋଲ୍‍ ଦେଇଥିଲେ। ୪୨ ମିନିଟରେ ସୁନିତା ମୁଣ୍ଡା ୫ମ ଗୋଲ୍‍ ଦେଇଥିଲେ। ୪୦ ମିନିଟରେ ଶିଲ୍‍କୀ ଦେବୀ ୬ଷ୍ଠ ଗୋଲ୍‍ଦେବା ସହ ହାଟ୍ରିକ୍‍ ପୂରଣ କରିଥିଲେ। ୪୭ ମିନିଟରେ କ୍ରିଟିନା ଦେବୀ, ୭୨ ମିନିଟରେ କିରଣ ଗୋଲ୍‍ ଦେଇଥିଲେ। ୫୮ ମିନିଟରେ ଭାରତର ଅବିକା ସିଂହ ଗୋଲ୍‍ ଦେଇଥିଲେ। ୭୯ ମିନିଟରେ ସୁନିତା ମୁଣ୍ଡା ବ୍ୟକ୍ତିଗତ ୨ୟ ଗୋଲ୍‍ ସ୍କୋର କରିଥିଲେ। ୮୭ ଓ ୯୦ ମିନିଟରେ ଅଞ୍ଜୁ ଭାରତ ପାଇଁ ୨ଟି ଗୋଲ୍‍ ସ୍କୋର କରିଥିଲେ। ୧୩ରେ ଆୟୋଜକ ଭୁଟ୍ଟାନ ବିପକ୍ଷରେ ଭାରତ ୨ୟ ମ୍ୟାଚ୍‍ ଖେଳିବ। ଭାରତ ଗ୍ରୁପ୍‍ ‘ଏ’ରେ ଥିବା ବେଳେ ପ୍ରତି ଗ୍ରୁପ୍‍ରୁ ୨ଟି ଲେଖାଏଁ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories