www.samajalive.in
Sunday, December 14, 2025
26.1 C
Bhubaneswar

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ

ସମ୍ବଲପୁର : ସମ୍ବଲପୁରର ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ଅନୁଯାୟୀ  ‘ପୋଷ୍ୟ ବିଦ୍ୟାଳୟ’ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ତଥା ବୁଢ଼ାରଜା ନିବାସୀ ଶୈଳେଶ ଦାନୀ ସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବରେ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବା ଯୁବ ନେତା ଶୈଳେଶ ଦାନୀ କହିଛନ୍ତି ଯେ, ସ୍କୁଲକୁ ସବୁ ପ୍ରକାରର ସହଯୋଗ କରିବା ସହିତ ଏହାର ଭିତ୍ତିଭୂମିର ବିକାଶ, ପାଠାଗାର ସହାୟକ ନିଯୁକ୍ତି, ଖେଳ ପଡିଆର ଉନ୍ନତି, ଏକ ଉଚ୍ଚକୋଟିର ବାଳିକା ପ୍ରଶାଧାନଗାର, ଇ-ସ୍କୁଲ ପ୍ରକଳ୍ପ ଆଦି କାର୍ଯ୍ୟକ୍ରମ ହାତକୁ ନେବେ। ଏତଦ ବ୍ୟତିତ ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକ ମଧ୍ୟ ସମୟର ତାଳ ଦେଇ ହାତକୁ ନେବା ସହିତ ସର୍ବୋକୃଷ୍ଟ ପ୍ରଦର୍ଶନ ପାଇଁ ମେଧାବୃତ୍ତି ପ୍ରଦାନ ସକାଶେ ଏକ ଲକ୍ଷ ଟଙ୍କାର ସ୍ଥାୟୀ ଜମା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ଗୁଡିକର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏଭଳି ଏକ ମହତ ଯୋଜନା କରିଥିବାରୁ ମୁଁ ବୁଢ଼ାରଜା ସ୍କୁଲର ଉନ୍ନତିର କାର୍ଯ୍ୟରେ ଜଡିତ ହୋଇଥିବାରୁ ବେଶ ଖୁସି ଅଛି ବୋଲି ଯୁବ ନେତା ଦାନୀ କହିଛନ୍ତି।

ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ପୃଷ୍ଠପୋଷକ ଦାନୀଙ୍କ ଉଦ୍ୟମରେ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଉଦିତ ଚନ୍ଦ୍ର ପାଟ୍ଟଯୋଶୀ କହିଥିଲେ। ସ୍କୁଲ ଛାତ୍ରୀ ନେହା ସିଂ ଏହି ଯୋଜନା ଦ୍ୱାରା ବିଦ୍ୟାଳୟର ଅନେକ ସମସ୍ୟା ସମାଧାନ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ। ସ୍କୁଲର ଉନ୍ନତି ନିମନ୍ତେ ପୃଷ୍ଠପୋଷକ ଦାନୀଙ୍କୁ ପୁର୍ଣ୍ଣ ସହଯୋଗ କରାଯିବ ବୋଲି ପୁରାତନ ଛାତ୍ର ସଂସଦର ସଭାପତି ସୁଧାଂଶୁ ଶେଖର ଦୋରା କହିଥିଲେ। ପ୍ରଧାନ ଶିକ୍ଷକ ଯଶୋବନ୍ତ ସାହୁ ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ମିଶ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ ଉପସ୍ଥାପନା ସହିତ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଦିପାଳୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

I could burst in tears all of a sudden and in 15 minutes be laughing like mad. buy cialis Check out Duromine reviews with true stories and experience of Duromine users.

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories