www.samajalive.in
Friday, December 12, 2025
27.1 C
Bhubaneswar

ଓୟୁଏଟିରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଓୟୁଏଟି ଅଧୀନସ୍ଥ ବନ ମହାବିଦ୍ୟାଳୟର ସ୍ଥାୟୀ ଡିନ୍‌ (ମହାବିଦ୍ୟାଳୟ ଅଧ୍ୟକ୍ଷ) ନିଯୁକ୍ତି କରିବାକୁ ଦୀର୍ଘ ଦିନ ଧରି ଦାବି କରୁଥିଲେ ମଧ୍ୟ ଏହାକୁ କର୍ତ୍ତୃପକ୍ଷ ଶୁଣ ନଥିବା ଆନ୍ଦୋଳନକାରୀ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି। ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ, କୌଣସି ନିଷ୍ପତ୍ତି ଓ ଅନ୍ୟ ଉନ୍ନୟନମୂଳକ କାମ ଅଟକି ରହୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କରୋନା କଟକଣା ଯୋଗୁଁ ସରସ୍ବତୀ ପୂଜା ଭସାଣ ଶୋଭାଯାତ୍ରା ପାଇଁ ବିଦ୍ୟାର୍ଥୀଙ୍କୁ ଅନୁମତି ନଦେବାରୁ ସେମାନେ ଆନ୍ଦୋଳନ କରିଥିବା କର୍ତ୍ତୃପକ୍ଷ କହିଛନ୍ତି।
ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କଲେଜ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ବନ ମହାବିଦ୍ୟାଳୟର ପ୍ରଫେସରଙ୍କୁ ଡିନ୍‌ ନିଯୁକ୍ତ କରିବାକୁ ବିଦ୍ୟାର୍ଥୀ ଦାବି କରିଛନ୍ତି। ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି କୃଷି ମହାବିଦ୍ୟାଳୟର ଡିନ୍‌ ବନ ମହାବିଦ୍ୟାଳୟ ଡିନ୍‌ ଦାୟିତ୍ବରେ ଅଛନ୍ତି। ଏନେଇ ଛାତ୍ରଛାତ୍ରୀ ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ ଦାବି ପୂରଣ କରାଯାଉନି। ବିଦ୍ୟାର୍ଥୀ ସୋମବାର ରାତି‌େ‌ର କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। କୁଳପତି ପ୍ରଫେସର ପୱନ ଅଗ୍ରୱାଲଙ୍କୁ ଲିଖିତ ଭାବେ ଜଣାଇବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଛାତ୍ରଙ୍କ ନିକଟକୁ ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀ ଆସି ନଥିଲେ।
ଅନ୍ୟପକ୍ଷରେ ବନ ମହାବିଦ୍ୟାଳୟର ଭାରପ୍ରାପ୍ତ ଡିନ୍‌ ପ୍ରଫେସର କେ.କେ ରାଉତ କହିଛନ୍ତି ସରସ୍ବତୀ ପୂଜା ଭସାଣ ଶୋଭାଯାତ୍ରାରେ ଆତସବାଜି ବଜାଇ ଯିବାକୁ ଛାତ୍ର ଦାବି କରିଥିଲେ। କରୋନା କଟକଣା ଯୋଗୁଁ ଏବେ ଅନୁମତି ଦେବା ସମ୍ଭବ ନୁହେଁ ବୋଲି ବିଦ୍ୟାର୍ଥୀଙ୍କୁ ବୁଝାଇଥିଲୁ। ତେବେ ଏଥିରେ ଅରାଜି ହୋଇ ଉଦ୍ଦେଶ୍ୟମୂଳକ ଭାବେ କିଛି ଛାତ୍ର ଧାରଣାରେ ବସିଛନ୍ତି ବୋଲି ସେ କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories