www.samajalive.in
Friday, December 12, 2025
27.1 C
Bhubaneswar

୪ଲକ୍ଷ ୪୩ ହଜାର ୪୦୧ ନେଲେଣି ପ୍ରଥମ ଡୋଜ ; ଦ୍ବିତୀୟ ଡୋଜ ନେଲେ ୧ଲକ୍ଷ ୨୨ହଜାର ୭୪୧

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ୍ ଗତିରେ ଚାଲିଛି। ସୋମବାର ସୁଦ୍ଧା ପ୍ରଥମ ଡୋଜ ଟିକା ୪ଲକ୍ଷ ୪୩ହଜାର ୪୦୧ ଜଣ ଟିକା ନେଇ ସାରିଲେଣି। ସେଥିମଧ୍ୟରେ ୨ଲକ୍ଷ ୯୨ହଜାର ୩୨୦ ସ୍ବାସ୍ଥ୍ୟକର୍ମୀ ଏବଂ ୧ଲକ୍ଷ ୫୧ହଜାର ୮୧ ଜଣ ସମ୍ମୁଖ କୋଭିଡ଼ ଯୋଦ୍ଧା ରହିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ ୩ଲକ୍ଷ ୩୮ହଜାର ୭୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାର ଟିକା ଦେବାକୁ ଲକ୍ଷ୍ୟ ରଖିଥିବାବେଳେ ଅଦ୍ୟାବଧି ୮୫.୬ ପ୍ରତିଶତ ଟିକା ନେଇଛନ୍ତି। ସେହିପରି କୋଭିଡ଼ ଯୋଦ୍ଧାଙ୍କ ଟିକାକରଣ ହାର ୭୩.୯ ପ୍ରତିଶତରେ ପହଞ୍ଚିଛି। ଅନ୍ୟପକ୍ଷରେ ଦ୍ବିତୀୟ ଡୋଜ ଟିକାକରଣ ହାର ବଢ଼ି ଚାଲିଛି। ଏବେ ସୁଦ୍ଧା ୧ଲକ୍ଷ ୨୨ହଜାର ୭୪୧ ସ୍ବାସ୍ଥ୍ୟ କର୍ମୀ ଟିକା ନେଇ ସାରିଲେଣି। ଦ୍ବିତୀୟ ଡୋଜ ଟିକାକରଣ ହାର ୩୬.୨ ପ୍ରତିଶତକୁ ଛୁଇଁ ସାରିଲାଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଟିକାକରଣ ସଂଖ୍ୟା ୫ଲକ୍ଷ ୬୬ହଜାର ୧୪୨ରେ ପହଞ୍ଚିଥିବାବେଳେ ସ୍ବାସ୍ଥ୍ୟକର୍ମୀଙ୍କ ଉଭୟ ଡୋଜ ଟିକାକରଣ ସଂଖ୍ୟା ୪ଲକ୍ଷ ୧୫ହଜାର ୬୧ ଏବଂ ୧ଲକ୍ଷ ୫୧ହଜାର ୮୧ କୋଭିଡ଼ ଯୋଦ୍ଧା ରହିଛନ୍ତି। ଆଜି ଟିକାକରଣ କାର୍ଯ୍ୟକ୍ରମରେ ୧୩୮୧ ନୂତନ ସ୍ବାସ୍ଥ୍ୟକମ;ୀ ଏବଂ ୩୮୯୩ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୩୩ହଜାର ୪୯ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ ନେଇଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories