www.samajalive.in
Sunday, December 14, 2025
16.1 C
Bhubaneswar

ଶିକ୍ଷାମନ୍ତ୍ରୀଙ୍କୁ ଦାବି ପତ୍ର : ସ୍କୁଲ-କଲେଜ-ଶିକ୍ଷକ ମିଳିତ ମଂଚର କର୍ମଚାରୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକର ସମସ୍ତ ଶିକ୍ଷକ, ଅଧ୍ୟାପକ/ଅଧ୍ୟାପିକା କର୍ମଚାରୀ ମିଳିତ ମଂଚ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ମିଳିତ ମଂଚର ଜିଲ୍ଲା ସଂପାଦକ ତଥା ଅଧ୍ୟାପକ ଅନିଲ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଶିକ୍ଷକ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସ୍ଥାନୀୟ ହିଲଟପ କଲେଜରୁ ଶୋଭାଯାତ୍ରାରେ ବାହାରି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୭ ଦଫା ଦାବି ପତ୍ର ବିଇଓ ସୁଜନ ମଳିକଙ୍କୁ ପ୍ରଦାନ କରାଯାଇଥିଲା। ବିଶେଷ କରି ଯୋଗ୍ୟ ବିବେଚିତ ଦିନ ଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସର ଭୁକ୍ତ କରାଯାଇ ଚାକିରି ସର୍ତାବଳୀ ତଥା ଅବସରକାଳୀନ ସୁବିଧା ସୁଯୋଗ ସହ ଅନୁଦାନ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏଥି ସହ ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ୭ମ ବେତନ କମିଶନ ଲାଗୁକରିବା । ଅନୁଦାନ ଦେବା ଆଳରେ ସତ୍ୟ ପାଠ କିମ୍ବା ଲିଖିତ ସୁଚନା ଦେବାପାଇଁ ହୋଇଥିବା ନିର୍ଦେଶନାମା ପ୍ରତ୍ୟାହାର କରିବା । ଅଧ୍ୟାପକ ମାନଙ୍କ ପାଇଁ ଲାଗୁ ହୋଇଥିବା ରିଶାନଇଡ ଅର୍ଡରକୁ ପ୍ରତ୍ୟାହାର ଦାବି କରିବା । ସେହିଭଳି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁହୋଇଥିବା ଅନୁକମ୍ପା ମୂଳକ ସହାୟତା ରାଶି ତଥା ଇପିଏଫ ବାବଦ ଅର୍ଥ ତୁରନ୍ତ ପ୍ରଦାନ କରାଯିବା ଏବଂ ସମସ୍ତ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କର ବକେୟା ଦରମା ତୁରନ୍ତ ପ୍ରଦାନ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଳିକଙ୍କ ଜରିଆରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories