www.samajalive.in
Monday, December 15, 2025
27.1 C
Bhubaneswar

ପେଷାଦାର ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ-ଏସ୍‍ପି

ପିପିଲି : ଆଗାମୀ ପିପିଲି ଉପନିର୍ବାଚନକୁ ସଂପୂର୍ଣ୍ଣ ଅବାଧ ଓ ନିରପେକ୍ଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି । ପୁଲିସ ପକ୍ଷରୁ ଅଞ୍ଚଳର ସମସ୍ତ ପେଷାଦାର ଅପରାଧିଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍‍ପି ଡକ୍ଟର କେ.ବିଶାଲ ସିଂହ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

ଯେକୌଣସି ମୁହୁର୍ତ୍ତରେ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏସ୍‍ପି ଡକ୍ଟର ସିଂହ ଆଜି ପିପିଲି ଥାନା ପରିଦର୍ଶନରେ ଆସି ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଓ ବଳଙ୍ଗା ଥାନାଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ସହ ଏସ୍‍ପି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଦୀର୍ଘ ସମୟ ଧରି ସମୀକ୍ଷା କରିଥିଲେ । ଅଞ୍ଚଳର ସମସ୍ତ ପୁରୁଣା ଅପରାଧିଙ୍କୁ ଗିରଫ କରିବା, ପେଷାଦାର ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ମାମଲାରେ ଫେରାର୍‍ ଥିବା ଅପରାଧିଙ୍କ ବିରୋଧରେ ଗିରଫ ପରୱାନା ତାମିଲ କରିବା, ବେଆଇନ ମାଦକଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବା, ସମସ୍ତ ବନ୍ଧୁକ ଲାଇସେନ୍ସ ଧାରୀଙ୍କୁ ନୋଟିସ୍‍ ଜାରି କରିବା, ଗାଡିମୋଟର ଯାଞ୍ଚକୁ ଅଧିକ କଡାକଡି କରିବାକୁ ଏସ୍‍ପି ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ନିର୍ବାଚନମଣ୍ଡଳୀର ଅତି ଉତ୍ତେଜନା ପ୍ରବଣ ବୁଥ୍‍ ଗୁଡିକୁ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଗୁଆ ସୂଚନା ସଂଗ୍ରହ କରିବାକୁ ସେ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକ ପରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ପୁଲିସକୁ ଆଗୁଆ ସୂଚନା ପ୍ରଦାନ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories