ନୂଆଦିଲ୍ଲୀ : ତେଲଗୁ ଦେଶମ୍ ପାର୍ଟି (ଟିଡିପି) ସାଂସଦ ତଥା ପୂର୍ବତନ ଅଭିନେତା ନରମାଲି ଶିବପ୍ରସାଦଙ୍କୁ ଗୁରୁବାର ସଂସଦରେ ନାଜି ନେତା ତଥା ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡଲ୍ଫ ହିଟଲର୍ଙ୍କ ବେଶରେ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଉଦ୍ଦେଶ୍ୟରେ ସେ ଏଭଳି ରୂପ ଧାରଣ କରିଥିବା କୁହାଯାଉଛି। ଶିବପ୍ରସାଦ ଏଭଳି ରୂପ ଧାରଣ କରିବା କିଛି ନୂଆ କଥା ନୁହେଁ। ଖ୍ୟାତନାମ ଲୋକଙ୍କ ବେଶ ଧାରଣ କରିବା ନେଇ ସେ ଜଣାଶୁଣା। ତିନି ଦିନ ପୂର୍ବେ ଶିବପ୍ରସାଦ ପ୍ରଭୂ ଶ୍ରୀରାମଙ୍କ ବେଶରେ ସଂସଦକୁ ଆସିଥିଲେ। ସତ୍ୟ ସାଇ ଏବଂ ନାରଦ ମୁନିଙ୍କ ଅବତାରରେ ମଧ୍ୟ ସେ ସମାନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଟିଡିପି ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଆସୁଛି।
Popular Categories



