www.samajalive.in
Saturday, December 13, 2025
18.1 C
Bhubaneswar

ଜନ୍ମମାଟିରେ ମିସେସ ଇଣ୍ଡିଆ ରିତାରାଣୀଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : ଗୋଆଠାରେ ମିସେସ ଇଣ୍ଡିଆ ମୁକୁଟ ଜିତି ଜିଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଥିବା ରୀତାରାଣୀ ଜାନୀଙ୍କୁ ଆଜି ତାଙ୍କ ନିଜ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରୀତା ଆଜି କନ୍ଧମାଲ ଜିଲା ଖଜୁରୀପଡା ବ୍ଲକ ପିରିକୁଡି ପଞ୍ଚାୟତ ନିଜ ଜନ୍ମମାଟି ଜାଲଙ୍ଗାପଦରରେ ପହଂଚିବା ପରେ ତାଙ୍କୁ ଗାମବାସୀ ମାନେ ବାଜା ବାଦ୍ୟ ସହ ପାଛୋଟି ନେଇଥିଲେ। ଗ୍ରାମର ଅନେକ ଲୋକ ତାଙ୍କ ଘରେ ପହଂଚି ତାଙ୍କୁ ଫୁଲତୋଡା ଓ ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଜଣାଇଥିଲେ। ପରିବାର ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରୀତାରାଣୀଙ୍କ ସଫଳତା ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରିତା ଗ୍ରାମକୁ ଆସିଥିବାରୁ ଗ୍ରାମରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ରୀତା ତାଙ୍କର ଏହି ସଫଳତାର ଶ୍ରେୟ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ଦେଇଛନ୍ତି। ପିତା ଅଧ୍ୟାପକ ତୀର୍ଥ ଜାନୀ ଓ ସ୍ୱାମୀ ଅରୂପ ପ୍ରୀତମଙ୍କ ସହଯୋଗ ପାଇଁ ଏ ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ ରୀତାରାଣୀ । ସମସ୍ତଙ୍କ ଆଶୀର୍ବାଦ ତାଙ୍କୁ ଆହୁରି ଆଗକୁ ଯିବାର ବାଟ ଦେଖାଇବ ବୋଲି କହିଛନ୍ତି ସେ।

ସୂଚନାଯୋଗ୍ୟ ଗତ, ୧୫ ଓ ୧୬ ତାରିଖରେ ଗୋଆଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରିତାରାଣୀ ମିସେସ ଇଣ୍ଡିଆ ଉପାଧି ହାସଲ କରିଥିଲେ। ଏଭଳି ଉପାଧି ଜିତିବାରେ ସେ କନ୍ଧମାଳ ଜିଲା ତଥା ରାଜ୍ୟରେ ପ୍ରଥମ ମହିଳା ହୋଇଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଆଜି ଗ୍ରାମର ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ସମ୍ବର୍ଦ୍ଧନାରେ ସାମିଲ୍ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories