www.samajalive.in
Sunday, December 14, 2025
23.1 C
Bhubaneswar

କରେଣ୍ଟ କଟିଲେ ନରହନ୍ତା ହାତୀ ଆତଙ୍କ, ବିଭାଗ ନିରୁପାୟ ଲୋକେ ଅସହାୟ

ତେଲକୋଇ/ ଜଗମୋହନପୁର: କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ନରହନ୍ତା ଦନ୍ତା ର ଉପଦ୍ରବ ଥମିବାର ନାଁ ଧରୁନି। ମଧ୍ୟ ରାତ୍ରି ରେ ବିଦ୍ୟୁତ କାଟ୍ ପରେ ଅନ୍ଧାର ର ସୁଯୋଗ ନେଇ ଗାଁରେ ପଶୁଛି ନରହନ୍ତା ଦନ୍ତା ହାତୀ।   କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି ପୁଣି ଗୃହ ପାଳିତ ପଶୁ ବି ବାଦ ପଡୁନାହାନ୍ତି।ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ପଶି କରେଣ୍ଟ ନଥିବାରୁ ଅନ୍ଧାରର ସୁଯୋଗ ନେଇ ଜାନକୀ ପ୍ରଧାନ ଙ୍କୁ ଘରୁ ଟାଣିନେଇ କଚାଡି ମାରିଥିବା ବେଳେ ତାପର ଦିନ ରୁଗୁଡିହ ଗାଁରେ ଘର ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲା। ଶନିବାର ବିଳମ୍ବିତ ରାତିରେ ସରୁଆଳି ଗାଁର ଅଙ୍ଗଦ ସାହିରେ ପଶି ସୁରମା ପାତ୍ର ଙ୍କର ଝରକା ଭାଙ୍ଗି ୨ ବସ୍ତା ଧାନ ଓ ୨ ବସ୍ତା ଚାଉଳ ଖାଇବା ସହ ଘରର ସାମନା ପଟ ଗ୍ରିଲକୁ ଭାଙ୍ଗି ଦେଇଛି।
ସେପଟେ ସରୁଆଳି ଗାଁ ଭିତରେ ପଶି ସମବାରୀ କିଶାନଙ୍କ ଘର ଭାଙ୍ଗି ଦୁଇ କ୍ବିଣ୍ଟାଲ ଚାଉଳ ସହ ଚାଉଳ ବସ୍ତା ଭିତରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଖାଇଯାଇଛି । ସେହିପରି ସରୁଆଳି ଗ୍ରାମ ର ବଳଭଦ୍ର ଖୁଣ୍ଟିଆ, ଫକୀର ଗିରି, କୂଳମଣି ଖିଲାର, ବିଷ୍ଣୁ ଖୁଣ୍ଟିଆ, ଦୀପକ ଖୁଣ୍ଟିଆ ଏବଂ ଟୁଙ୍ଗୁରୁବାହାଳ ଗ୍ରାମ ର ପ୍ରମୋଦ ବାରିକ, ପ୍ରଫୁଲ ନାଏକ ଓ ବୀର ପ୍ରଧାନ ଙ୍କ ପନି ପରିବା ଚାଷ ଦଳି ନଷ୍ଟ କରିଦେଇଛି। ଅନ୍ୟ ପକ୍ଷରେ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ଦୁଇଟି ପୋଷା କୁକୁର ଙ୍କୁ  ମଧ୍ୟ ଦନ୍ତା କଚାଡି ମାରି ଦେଇଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ସ୍ଥଳେ କରେଣ୍ଟ ଥିଲେ ଆଲୋକ ଯୋଗୁଁ ହାତୀ ଦୌରାତ୍ମ୍ୟ ରୁ କିଛି ମାତ୍ରାରେ ସୁରକ୍ଷା ମିଳିପାରନ୍ତା ବୋଲି ପ୍ରକାଶ କରିଛନ୍ତି ।ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନରହନ୍ତା ଦନ୍ତା କୁ ସେ ଅଞ୍ଚଳ ରୁ ଘଉଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଉଗ୍ର ରୂପ ଧାରଣ କରିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଆକ୍ରୋଶ ଜଗମୋହନପୁର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଉତ୍ୟକ୍ତ ଗ୍ରାମବାସୀ କ୍ଷୋଭର ସହ  ପ୍ରକାଶ କରିଛନ୍ତି। ଏବିଷୟରେ ତେଲକୋଇ ବନାଚଂଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଙ୍କୁ ପଚାରିବାରୁ ହାତୀ ଘଉଡାଇବାକୁ ସ୍ବତନ୍ତ୍ର ବ୍ୟାଘ୍ର ଶବ୍ଦ ବିଶିଷ୍ଟ ଯନ୍ତ୍ର ଅଣାଯିବାର ଚେଷ୍ଟା କରାଯାଉଛି, ତାହା ପହଞ୍ଚିଲେ ହାତୀ ଘଉଡାଇବାକୁ ସୁବିଧା ହେବ ବୋଲି ପ୍ରକାଶ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories