www.samajalive.in
Sunday, December 14, 2025
14.1 C
Bhubaneswar

ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଧାନ ଗୋଦାମ ଘର

ବୋଲଗଡ଼ : ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ସାନପଦର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଧାନ ଗୋଦାମ ଘରରେ ପରିଣତ ହୋଇଛି । ଏହି ବିଦ୍ୟାଳୟଟି ୧୯୮୬ ମସିହାରେ ସ୍ଥାପିତ ହୋଇ ୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରଥମ ଶ୍ରେଣୀ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦାନ ଦିଆଯାଉଥିଲା । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଆଦେଶ କ୍ରମେ ଏହି ସାନପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ କୃଷ୍ଣସରଣପୁର ପ୍ରାଥମିକ ତଥା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ କୁ ସାନପଦର ଭକ୍ତ ଚରଣ ବିଦ୍ୟାପୀଠରେ ମିଶାଇ ଦିଆଗଲା । ଫଳରେ ଏହି ନୋଡାଲ ବିଦ୍ୟାପୀଠରେ ପ୍ରଥମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ହାରାହାରି ୩୮୦ ଜଣ ଛାତ୍ରଛାତ୍ରୀ ଶିକ୍ଷା ଅଧୟନ କରୁଛନ୍ତି । କିନ୍ତୁ ଏଠାରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷାଦାନ ପାଇଁ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଗୁଣାତ୍ମକ ଶିକ୍ଷାଦାନ ଦିଆଯାଇପାରୁନାହିଁ । ଏଠାରେ ଶିକ୍ଷାର ବିକାଶ ପରିବତ୍ତେ ଅବନ୍ନତି ଘଟୁଛି । ରାଜ୍ୟ ସରକାର ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ବିକାଶ ଓ ସ୍କୁଲର ଉନ୍ନତି ପାଇଁ ଲାକ୍ଷାଧିକ ଟଙ୍କା ବିନିଯୋଗ କରିଥିଲେ ମଧ୍ୟ ବିଦ୍ୟାଳୟ ଗୁଡିକ ଗୋଦାମ ଘର ,ନିଶାସେବନ କେନ୍ଦ୍ର ଓ ଭୂତକୋଠିରେ ପରିଣତ ହୋଇଅଛି । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ରାଜ୍ୟ ଶିକ୍ଷା ଶାସନ ସଚିବ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ମାନେ ଦୃଢ ଦାବି କରିଛନ୍ତି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories