www.samajalive.in
Saturday, December 13, 2025
26.1 C
Bhubaneswar

କଳିଙ୍ଗାଘାଟି ଭାଲିଆପଟାରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଜି.ଉଦୟଗିରି : କୋଇଡା ବଡବିଲରୁ ଲୁହାପଥର ବୋଝେଇ ଟ୍ରକ ଗୋପାଳପୁର ପୋର୍ଟକୁ ଯାଉଥାବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆଜି ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର ଉସ୍ତାବୁଲ୍ ଅନସାରୀ(୨୫) ଓ ହେଲପର ମୋବିନ୍ ଅନସାରୀ(୧୯) ସୁନ୍ଦରଗଡରେ ରହି ଆସୁଥିବା ବେଳେ ଆଜି ଲୁହାପଥର ବୋଝେଇ କରି ଗୋପାଳପୁର ପୋର୍ଟକୁ ନେଉଥିବା ସମୟରେ କଳିଙ୍ଗା ଘାଟି ଭିଲିଆପଟା ଠାରେ ଦୁର୍ଘଟଣା ଘଟି ଟ୍ରକଟି ଓଲଟି ଯାଇଥିଲା। ଘାଟିରେ ଜି.ଉଦୟଗିରି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ପୁଲିସ ଜିପରେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡ୍ରାଇଭର ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories