www.samajalive.in
Sunday, December 14, 2025
16.1 C
Bhubaneswar

ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦର ସମ୍ବର୍ଦ୍ଧନା ଉତ୍ସବ

ବାଙ୍କୀ:ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦର ସମ୍ବର୍ଦ୍ଧନା ଓ ବାର୍ଷିକ ଉତ୍ସବ ରବିବାର ଦିନ ସ୍ଥାନୀୟ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ଦ୍ଘାଟନ କରିବା ସହିତ ପଞ୍ଚଦଶ ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ ସୃଜନଶୀଳ ସାହିତ୍ୟିକ ମାନଙ୍କୁ ସମ୍ବୋଧନ କରି ସୁଜନଶୀଳତାର ଉତ୍ସ ହିଁ କବିତା ବୋଲି ପ୍ରକାଶ କରିଥିଲେ। କବି ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ସ୍ତମ୍ବକାର ଅରୁଣ କୁମାର ପଣ୍ଡା,ବିଶିଷ୍ଠ ଅତିଥି ଭାରତ ମସଲା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ସୁସାହିତ୍ୟିକ ଶରତ ଚନ୍ଦ୍ର ପାଣିଗ୍ରାହୀ,ଗୀତିକାର ଅରୁଣ ମନ୍ତ୍ରୀ, ଅଧ୍ୟାପକ ମନୋଜ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାରସ୍ୱତ ସାଧକ ମାନେ ସମାଜ ବିକାଶରେ ଅନ୍ୟ ଏକ ସୃଜନଶୀଳ ସ୍ତମ୍ବ ବୋଲି କହିଥିଲେ। ବଣ ମଲ୍ଲୀ ମାନେ ଏବେ ବି ଅବହେଳିତ, ସାରସ୍ୱତ ସାଧକ ମାନେ କଲମ ମୁନରେ ସେମାନଙ୍କୁ ଉଜ୍ଜିବିତ କରିବେ ବୋଲି ଅତିଥି ମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।

 

- Advertisement -

ଅନୁଷ୍ଠାନର ସମ୍ପାଦକ ବିଦ୍ୟାଧର ଖଟୁଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ ବହୁ କବି ସ୍ୱରଚିତ୍ତ କବିତା ପାଠ କରିଥିଲେ। କବି ଗୈାରାଙ୍ଗ ବେହେରା ଓ ସୁସାହିତ୍ୟିକା ଗୀତାଞ୍ଜଳୀ କରଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଅତିଥିମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପତ୍ରିକା ପୂର୍ଣ୍ଣକୁମ୍ଭ ଲୋକାର୍ପିତ ହୋଇଥିଲା। କବି ଗୈାରାଙ୍ଗ ବେହେରା,କଳିଙ୍ଗ କେଶରୀ ପ୍ରଧାନ, ଶୁଶ୍ରୀ ଅପରୂପା ଦାସ, ସୁରେନ ପୃଷ୍ଟି ଦାସ, ସୁଦର୍ଶନ ସାହୁ,ନାରାୟଣ ପାତ୍ର, ଭାସ୍କର ପ୍ରଧାନ, ଗୀତାଞ୍ଜଳୀ କର ଓ ଜଗନ୍ନାଥ ବାରିକଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଛି। ସେହିପରି ଉତ୍ସବର ୨ୟ ଅଧିବେଶନରେ ମୁଖ୍ୟଅତିଥି ଭାବରେ ଯାତ୍ରା ଗବେଷକ ପଦ୍ମଲୋଚନ ମହାକୂଳ,ମୁଖ୍ୟବକ୍ତା ବଂଶୀଧର ପଣ୍ଡା,ସମାଜସେବୀ କେଶବ ଚନ୍ଦ୍ର ବେହେରା ଓ ସମାଜସେବୀ ନଳିନୀ ରାୟ ପ୍ରମୁଖ ଯୋଗଦେଇ ପୂର୍ଣ୍ଣକୁମ୍ଭର ପରିପ୍ରକାଶରେ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦର ପ୍ରୟାସକୁ ଅଭିନନ୍ଦନ ଜଣାଇଥିଲେ। ସାରସ୍ୱତ ସାହିତ୍ୟ ଆଲୋଚନାରେ ସାହିତ୍ୟ ହିଁ ସବୁବେଳେ ଆନନ୍ଦ ପ୍ରଦାନରେ ବ୍ରତ୍ତି ଥାଏ ବୋଲି କହିଥିଲେ। କବି ପ୍ରଫୁଲ୍ଲ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ କୁମାର ରଣା, ପ୍ରଫୁଲ୍ଲ କୁମାର ବେହେରା, ଅକ୍ଷୟ କୁମାର ସାମଲ,ବାବୁଲି ରଣା ପ୍ରମୁଖ ସହଯୋଗ କରିଥିଲେ। କଟକ, ଖୋର୍ଦ୍ଧା, ବାଲେଶ୍ୱର, ନୟାଗଡ ପ୍ରମୁଖ ଜିଲାରୁ ଶତାଧିକ କବି କବୟତ୍ରୀ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories