www.samajalive.in
Wednesday, December 10, 2025
14.1 C
Bhubaneswar

ସୁସାହିତ୍ୟିକା ମମତା ଦାଶ ପାଇବେ ‘୨୦୨୧ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ’

ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯିବ। ବାଲେଶ୍ୱରରୁ ନିୟମିତ ଭାବେ ପ୍ରକାଶିତ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ – ୨୦୨୧ରେ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୨୪ ତାରିଖ ବୁଧବାର ସଂଧ୍ୟା ୬ଟାରେ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ।

ଅନୁଷ୍ଠାନର ସମ୍ପାଦିକା ମମତା ମହାପାତ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମାରୋହରେ ୨୦୨୧ ମସିହା ପାଇଁ କବି ଓ ସୁସାହିତ୍ୟିକା ମମତା ଦାଶଙ୍କୁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ, ଓଡ଼ିଶା ସ୍ୱାସ୍ଥ୍ୟ ସେବା ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ରଙ୍କୁ ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ, ଦୈନିକ ସମ୍ବାଦପତ୍ର ଧ୍ୱନୀ ପ୍ରତିଧ୍ୱନୀର ସଂପାଦିକା ସୈରିନ୍ଧ୍ରୀ ସାହୁଙ୍କୁ ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସଂପାଦିକା ସମ୍ମାନ ପ୍ରଦାନ କରାଯିବାକୁ ଥିବା ବେଳେ ନେସନାଲ ଆଲୁମିନିଅମ କମ୍ପାନୀ (ନାଲକୋ) ଭୁବନେଶ୍ୱରକୁ ଯୁଗଶ୍ରୀ ଯୁଗନାରୀ ପରିବେଶ ସୁରକ୍ଷା ସମ୍ମାନରେ ସମ୍ମାନିତ କରାଯିବ।

- Advertisement -

ସୂଚନା ମୁତାବକ, ଏହି ସାରସ୍ୱତ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି, ସୁସାହିତ୍ୟିକ ଓ ଔପନ୍ୟାସିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟବକ୍ତା, କବି ଓ ସୁସାହିତ୍ୟିକା ଡ. ମନୋରମା ମହାପାତ୍ର ସମ୍ମାନିତ ଅତିଥି ଏବଂ ଶିକ୍ଷା ‘ଓ’ ଅନୁସନ୍ଧାନ ମାନିତ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ର ଓ ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ପ୍ରମୁଖ ଯୋଗଦେବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories