www.samajalive.in
Wednesday, December 10, 2025
14.1 C
Bhubaneswar

ଜିଲ୍ଲାରେ ପଛେଇଛି ରବି ଧାନ ଚାଷ

ବୌଦ୍ଧ : ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲ୍ଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ ଚାଷ କରି କରି ଦି ପଇସା ରୋଜଗାର କରି ପରିବାର ପ୍ରତିପଷୋଣ କରିଥାନ୍ତି। ହେଲେ ଜିଲ୍ଲାରେ ପର୍ଯ୍ୟପ୍ତ ପରିମାଣର ଜଳ ସଂପଦ  ଭରି ରହିଥିଲେ ମଧ୍ୟ ତାହାର ସୁବିନିଯୋଗ ହୋଇପାରୁନାହିଁ। ଜିଲ୍ଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଭଳି ଓଡିଶାର ପ୍ରମୁଖ ନଦୀମାନ ବୋହି ଯାଇଥିଲେ ମଧ୍ୟ ଏହାର ଜଳକୁ ଜଳସେଚନ ପାଇଁ ପର୍ଯ୍ୟପ୍ତ ଭାବରେ ବ୍ୟବହାର କରାଯାଇ ପାରୁନାହିଁ। ଯାହାଫଳରେ ଜିଲ୍ଲାର ଚାଷୀମାନେ ଖରିଫ ଚାଷ ପାଇଁ ମୌସୁମୀ ବର୍ଷ ଉପରେ ନିର୍ଭର କରୁଥିବା ବେଳେ ରବି ଚାଷ ପାଇଁ ଜଳ ସେଚନର ସୁବିଧା ନ ଥିବାରୁ ଚାଷୀ ରବି ଧାନ ଚାଷ କରିବାରୁ ବଂଚିତ ହେଉଛନ୍ତି। ଯାହାଫଳରେ ଏହି ଚାଷୀ ହାତବାନ୍ଧି ବସିରହୁଛି।  ଜିଲ୍ଲାର ଭୌଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି। ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଚାଷ ଜମିରେ ଚାଷ କରାଯାଇଥାଏ। ଚଳିତ ବର୍ଷ ଜିଲ୍ଲାରେ ୨୨୪୫ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୬୫ ହେକ୍ଟର ଚାଷ ଜମିରେ ଧାନ ଚାଷ କାର୍ଯ୍ୟ ସରିଥିବା ବେଳେ ବାକି ୯୮୦ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କାର୍ଯ୍ୟ ଚାଲୁରହିଛି। ସେଥିମଧ୍ୟରୁ ବୌଦ୍ଧବ୍ଲକରେ ୨୯୫ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୧୨୫ ହେକ୍ଟର ଚାଷ ଜମିରେ ଧାନ ଚାଷ ଶେଷ ହୋଇଥିବା ବେଳେ ବଳକା ୧୭୦ ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ଚାଲୁରହିଛି। ସେହିପରି ହରଭଙ୍ଗା ବ୍ଲକରେ ଚାଷ କାର୍ଯ୍ୟ ବହୁତ ପଛେଇ ଥିବା ଜଣାପଡିଛି। ବ୍ଲକରେ ୨୮୫ ହେକ୍ଟର ଜମିରେ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୬୫ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସରିଥିବା ବେଳେ ଆହୁରି ୨୨୦ ହେକ୍ଟର ଜମିର ଚାଷ କାର୍ଯ୍ୟ ଚାଲୁଛି। କଣ୍ଟାମାଳ ବ୍ଲକର ୧୬୬୫ ହେକ୍ଟର ଜମିରେ ରବି ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧୦୭୫ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସରିଥିବା ବେଳେ ୫୯୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ବାକିରହି ଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଳସେଚନର ପର୍ଯ୍ୟପ୍ତ ସୁବିଧା ନ ଥିବାରୁ  ବିଶେଷ କରି ନଦୀକୂଳମାନଙ୍କରେ ରବି ଫସଲମାନ ହେଉଛି। ଜଳ ସେଚନର ସୁବିଧା ଯୋଗୁଁ ଚାଷୀ ସବୁବେଳେ ପାଣିର ସମସ୍ୟାର ସମ୍ମୁଖୀନ ହେଉଛି। ଯାହାଫଳରେ ଚାଷ ପ୍ରତି ଚାଷୀ ଆସ୍ତେ ଆସ୍ତେ ବିମୁଖ ହେବାରେ ଲାଗୁଛି। ତେଣୁ ପ୍ରଶାସନ ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜଳସେଚନର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories