www.samajalive.in
Saturday, December 6, 2025
26.1 C
Bhubaneswar

ଶୁକସାରୀ ଦେଉଳ ପାର୍ଶ୍ବରୁ ଶିବପାର୍ବତୀ ଯୁଗଳ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ବର: ଏକାମ୍ରର ଶୁକସାରୀ ଦେଉଳ ପାର୍ଶ୍ବରୁ ନୂଆ ନୂଆ କୀର୍ତ୍ତିରାଜିର ସନ୍ଧାନ ମିଳିଛି। ପ୍ରଥମେ ଉତ୍ତର ପଶ୍ଚିମ କୋଣରେ ମନ୍ଦିର ଚଟାଣ ଆବିଷ୍କୃତ ହେବା ପରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଉତ୍ତରପୂର୍ବ କୋଣ ଖନନ ଆରମ୍ଭ ହୋଇଥିଲା। ଖନନ ପରେ ଗୁରୁବାର ଉତ୍ତର ପୂର୍ବ କୋଣରେ ପଥର ନିର୍ମିତ ଏକ ଭଗ୍ନାବେଶଷ ମନ୍ଦିରର ମୁଖଶାଳା ଓ ପାହାଚ ଦେଖିବାକୁ ମିଳିଥିଲା। ଅତୀତରେ ଭଗ୍ନ ମନ୍ଦିରଟି ମାଟିତଳେ ପୋତି ହୋଇଯାଇଥିଲା ବୋଲି ଅନୁମାନ କରାଯାଉଛି।

- Advertisement -

ସେହିପରି ଏଏସଆଇର ଖନନ କାର୍ୟ୍ୟଠାରୁ କିଛିଦୂର ପୂର୍ବ ଦିଗରେ ଅନ୍ୟ ଏକ ମନ୍ଦିରର ଭଗ୍ନାବେଶ ଠାବ ହୋଇଛି। ଏହା ଉପରେ ସଂସ୍କୃତ ଟୋଲ ନିର୍ମାଣ ହୋଇଥିଲା। ତାହାକୁ ଭଙ୍ଗାଯାଇ ସମ୍ପୃକ୍ତ ଅଞ୍ଚଳକୁ ସଫା କରାଯିବା ପରେ ସେଠାରେ ଗୋଟିଏ ମନ୍ଦିରର ଭଗ୍ନାବଶେଷ ରହିଥିବା ଦେଖିବାକୁ ମିଳିଛି। ଭବାନୀଶଙ୍କର ମନ୍ଦିର ପଶ୍ଚିମ ପାର୍ଶ୍ବ ବେଢ଼ାକୁ ଲାଗି ଏହି ମନ୍ଦିର ରହିଛି। ଉଦ୍ଧୃତ ମନ୍ଦିରରୁ ମିଳିଥିବା ବହୁ ପୁରାତନ ଶିବପାର୍ବତୀଙ୍କ ମୂର୍ତ୍ତିକୁ ସ୍ଥାନୀୟ ସେବାୟତମାନେ ପୂଜା କରୁଛନ୍ତି। ଖନନ କାର୍ୟ୍ୟ ଅଧିକ ତ୍ବରାନ୍ବିତ ହେବାପରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ମିଳିବାର ସମ୍ଭାବନା ରହିଛି ବୋଲି ଏଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି।
ଚିତ୍ରକାରିଣୀ ମନ୍ଦିର ଶୈଳୀରେ ଶୁକସାରୀ ଦେଉଳ ନିର୍ମିତ ହୋଇଥିବାବେଳେ ଅନ୍ୟ ମନ୍ଦିରଟି ପଞ୍ଚାୟତନ ଶୈଳୀର ଦେଉଳ ବୋଲି ଏଏସଆଇ ପକ୍ଷରୁ ସୂଚନା ମିଳିଛି। ଏଏସଆଇ ଦୁଇଟି ମନ୍ଦିରର ଭଗ୍ନାବଶେଷ ଆବିଷ୍କାର କରିପାରିଥିବା ବେଳେ ଏବେ ଆଉ ଦୁଇଟି ମନ୍ଦିରର ଅନୁସନ୍ଧାନ ଆରମ୍ଭ କରିଛି।


ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଶୁକସାରୀ ଦେଉଳ ପାର୍ଶ୍ବରୁ ଖନନ ସମୟରେ ସାରୀ ଦେଉଳର ଉତ୍ତର ପୂର୍ବ କୋଣରେ ଆଉ ଏକ ମନ୍ଦିରର ଭଗ୍ନାବଶେଷ ଆବିଷ୍କୃତ ହୋଇଛି। ଏହା ସାରୀ ଦେଉଳ ଉତ୍ତର ପାର୍ଶ୍ବର ଚଟାଣ ଖୋଳିବା ସମୟରେ ଜଣାପଡ଼ିଛି। ସାରୀ ଦେଉଳ ଉତ୍ତର ପୂର୍ବ କୋଣ ସମ୍ପୂର୍ଣ୍ଣ ଖୋଳାଯିବା ପରେ ଅଧିକ ତଥ୍ୟ ଆବିଷ୍କୃତ ହୋଇପାରିବ। ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅରୁଣ ମଲ୍ଲିକ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଶୁକସାରୀ ପଞ୍ଚାୟତନ ଶୈଳୀରେ ନିର୍ମାଣ ହୋଇଥିବାରୁ ଦେଉଳ ଚତୁଃପାର୍ଶ୍ବରୁ ଅଦ୍ୟାବଧି ପ୍ରତ୍ନତତ୍ତ୍ବବିତ୍‌ ଦୁଇଟି ମନ୍ଦିରର ଭଗ୍ନାବଶେଷ ପାଇଥିବା ବେଳେ ଆଉ ଏକ ମନ୍ଦିରକୁ ଅକ୍ଷତ ଅବସ୍ଥାରେ ଆବିଷ୍କୃତ କରିଛି। ହେଲେ ଦକ୍ଷିଣ ପଶ୍ଚିମ କୋଣରେ ଆଉ ଏକ ମନ୍ଦିର ଥିବା ଅଧୀକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories