www.samajalive.in
Sunday, December 14, 2025
26.1 C
Bhubaneswar

କଳାପଥର-ଧଳାପଥର କଲେଜ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଳାପଥର : ବାଙ୍କୀ ଉପଖଣ୍ଡ କଲାପଥର ଠାରେ ଥିବା କଳାପଥର-ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଆଜି କଲେଜ ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜଣାପଡିନାହିଁ। ଜଣାଯାଇଛି ଯେ , କଳାପଥର-ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ୟାମସୁନ୍ଦର ବେହେରା ଆଜି ସକାଳୁ କଲେଜକୁ ଆସିଥିଲେ। କଲେଜରେ କାର୍ଯ୍ୟରତ ଥାଇ ସେ ଅଫିସ ଭିତରକୁ ଆସିଥିଲେ। ତେବେ ସେଠାରେ କୌଣସି ଅଧିକାରୀ ନଥିଲେ। ସେହି ସମୟରେ ସାଙ୍ଗରେ ଆଣିଥିବା କିଟନାଶକ ଔଷଧ ବିଷ ଖାଇ ଦେଇଥିଲେ। କିଛି ସମୟ ପରେ ଅଫିସକୁ କେତେକ କର୍ମଚାରୀ ଆସିବା ପରେ ସେ ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସଂପୃକ୍ତ କର୍ମଚାରୀଙ୍କୁ ପ୍ରଥମେ ଚିକିତ୍ସା ପାଇଁ କଳାପଥର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ଗୁରୁତର ଥିବା ଦେଖିବା ପରେ ତୁରନ୍ତ ଖୋର୍ଦ୍ଧା ଗୋପବଂଧୁ ସଦର ମହକୁମା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories