www.samajalive.in
Saturday, December 6, 2025
19.1 C
Bhubaneswar

ମହିଳାଙ୍କ ଭିଡ଼ିଓ ଛାଡିବା ପଡିଲା ମହଙ୍ଗା, ଗିରଫ ହେଲେ ରସିକିଆ ଶିକ୍ଷକ

ମୁଖୀଗୁଡା: ଦେଶୀମାଲ ଗ୍ରୁପ କରି ଅଶ୍ଳୀଳ ଭିଡ଼ିଓ ଛାଡିବା ମହଙ୍ଗା ପଡିଲା ସରକାରୀ ଶିକ୍ଷକଙ୍କୁ ଜୟପାଟଣା ପୋଲିସ ବିଜମରା ଗାଁର ଜୈନିକ ଶିକ୍ଷକକୁ ହୁଆର୍ଟସ ଆପ ଗ୍ରୁପରେ ବିବାହିତା ମହିଳା ଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ପୋଷ୍ଟ କରିଥିବା ଅଭିଯୋଗ ରେ ଗିରଫ କରି ଆଜି କୋର୍ଟଚାଲାଣ କରିଛି।
ବିଜମରା ପିପଳଝାପର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହନୁମତ ମାଝି ବିବାହିତ ଥିବା ବେଳେ ତାଙ୍କର ୨ଟି ଛୋଟ ସନ୍ତାନ ଅଛନ୍ତି। ସେ ଜୟପାଟଣା ଥାନା ଅନ୍ତର୍ଗତ ବିଜମରା ଗ୍ରାମର ଜଣେ ଝିଅକୁ ଏକ ତରଫା ପ୍ରେମ କରୁଥିଲେ ଏବଂ ବିଭିନ୍ନ ସମୟରେ ତାଙ୍କୁ ବିବାହ କରିବାକୁ ନିବେଦନ କରୁଥିଲେ ହେଲେ ଯୁବତୀ ଜଣକ ଜୟପାଟଣା ବ୍ଲଜ ଅନ୍ତର୍ଗତ ବେହେରେନସିଲ ଗ୍ରାମରେ ବିବାହ କରିଥିଲେ। ରସିକିଆ ଶିକ୍ଷକଙ୍କ ପ୍ରେମ ଜାଲରେ ଯୁବତୀ ନପଡିବାରୁ ତାକୁ ବଦନାମ କରି ଦେବି ବୋଲି ଧମକ ଦେଇଥିଲେ। ହନୁମତ ମୋବାଇଲର ହୁଆର୍ଟସଅପ୍‌ରେ ଏକ ଦେଶୀମାଳ ନାମକ ଗ୍ରୁପ ତିଆରି କରିଥିଲେ।

 

- Advertisement -

ସେହି ଗ୍ରୁପରେ ସେ ଜଣେ ବିବାହିତ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିଥିଲେ।  ଭିଡିଓଟି ଭାଇରାଲ ହୋଇଥିଲା ପରେ ଖବର ଜାଣି ମହିଳା ଜଣକ ଗତକାଲି ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଜୟପାଟଣା ପୋଲିସ ଥାନା କେସ ନଂ_ ୫୦/୨୧ ରେ ମାମଲା ରୁଜୁ କରି ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ବୋଲି ଆଜି କୋର୍ଟ ଚାଲାଣ କରଯାଇଥିବା ଜୟପାଟଣା ଥାନା ଅଧିକାରୀଣି ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories